ପାରାଦୀପ, 04/11/2025, ଉତ୍କଳ voice news - utkalvoicenews.comପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରମିକମାନେ ଦୋଛକିରେ ଏକତ୍ରିତ ହୋଇ ଶ୍ରମିକ ନେତା ଶ୍ରୀଯୁକ୍ତ ତନ୍ମୟ କୁମାର ଜେନା ଙ୍କୁ ସ୍ଵାଗତ କରିବା ସହ ସ୍ତାନୀୟ ବଡପଡିଆ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ |
ଶ୍ରୀଯୁକ୍ତ ତନ୍ମୟ ଜେନା ତିନିଦିନ ଧରି ପାରାଦୀପରେ ରହିବା ସହିତ ଭାରତୀୟ ତୈଳ ବିଶୋଧନାଗାର କର୍ତ୍ତୁପକ୍ଷଙ୍କ ସହ ଶ୍ରମିକ ମାନଙ୍କ ସେଟେଲମେଣ୍ଟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ |ଏବଂ ସଭାପତି ଶ୍ରୀଯୁକ୍ତ ତନ୍ମୟ କୁମାର ଜେନା ଓ ଉପସଭାପତି ଆର୍. ଏନ୍. ଦାସ ଓ ପରେଶ ପ୍ରଧାନ ଓ ନୃସିହ ଜେନା ଓ ଜେନେରାଲ ସେକ୍ରେଟେରୀ ଶ୍ରୀଯୁକ୍ତ ସନାତନ ବେହେରା ଓ ଅନେକ ସମୟରେ ଶ୍ରମିକ ମାନେ ଏଠାରେ ବିଭିନ୍ନ ଠିକାଦାର ଓ ସଂଗଠନ ଦ୍ୱାରା ଶୋଷିତ ହେଉଥିବା ବେଳେ ଶ୍ରମିକ ମାନେ କିପରି ସେମାନଙ୍କର ନାର୍ଯ୍ୟ ଦାବି ହାସଲ କରିବେ ସେଲାଗି ଆଗାମୀ ଦିନରେ ଅନେକ କାର୍ଯ୍ୟପନ୍ଥା ସଂଘ ପକ୍ଷରୁ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଓ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି | ତନ୍ମୟ ଜେନା ସର୍ବଭାରତୀୟ ମହାନ ଶ୍ରମିକ ନେତା ସ୍ଵର୍ଗତଃ ଘନଶ୍ୟାମ ଜେନା ଙ୍କର ପୁତ୍ର ଅଟନ୍ତି | ଏଥିରେ ହଜାର ହଜାର ଶ୍ରମିକ ଭାଇମାନେ ଉପସ୍ଥିତ ରହି ଝଡ଼ ବରଷାକୁ ଖାତିର ନ କରି ବାଇକ ରାଲି ଜରିଆରେ ସବୁ ଶ୍ରମିକମାନେ ସହଯୋଗର ହାତ ବଢ଼ାଇଥିଲେ |