ପାରାଦୀପ ଗଡ, 05/11/2025, ଉତ୍କଳ voice news - utkalvoicenews.comତା: ୦୪.୧୧.୨୦୨୫ ରିଖ:
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ ପଞ୍ଚାୟତ ର ପାରାଦୀପ ଗଡ ଗ୍ରାମ ରେ ପାରମ୍ପରିକ, ଐତିହାସିକ ବୋଇତ ଭସାଣି ଉତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି l

"ଜଗତସାହି ବୋଇତ ଭସାଣି କମିଟି" ତରଫରୁ ବୋଇତ ଟିକୁ "ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିର" ସଦୃଶ ନିର୍ମାଣ କରି ସୁସଜ୍ଜିତ କରାଯାଇଥିବା ବେଳେ "ବ୍ୟାସଦେବ ଜୀଉ" ବୋଇତ ଭସାଣି କମିଟି ତରଫରୁ ମହାଭାରତ ରେ ଶ୍ରୀକୃଷ୍ଣ ଙ୍କ ଅର୍ଜୁନ ଙ୍କୁ ଦିବ୍ୟଜ୍ଞାନ ଉପାଖ୍ୟାନ, "ଶିବ ଶକ୍ତି ୟୁଥ୍ କ୍ଲବ୍" ତରଫରୁ ଅବିକଳ ଶ୍ରୀ ଲୋକନାଥ ମନ୍ଦିର ସଦୃଶ, "ତ୍ରିଦେବୀ ୟୁଥ୍ କ୍ଲବ୍" ତରଫରୁ ଶାନ୍ତି ସ୍ତୁପ ସଦୃଶ ଓ "ନବଜ୍ୟୋତି ୟୁଥ୍ କ୍ଲବ୍" ତରଫରୁ କଳ୍କୀ ଅବତାର ସଦୃଶ ବୋଇତ ଗୁଡିକୁ ସାଜସଜ୍ଜା କରାଯାଇ ଗ୍ରାମ ପରିକ୍ରମା କରି ତାଳଦଣ୍ଡା କେନାଲ, ଚନ୍ଦନ ପୋଖରୀ ଓ ପାପନାଶିନୀ ପୋଖରୀରେ ପାରମ୍ପରିକ ରୀତି ନିତି ଅନୁସାରେ ପୂଜାର୍ଚ୍ଚନା କରି ବୋଇତ ଭସେଇ ଥିଲେ l ସମସ୍ତ ବୋଇତ ଭସାଣୀ କମିଟି ତରଫରୁ ସାଂସ୍କୃତିକ ସଭାର ଆୟୋଜନ କରାଯାଇ ଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ପ୍ରମୋଦ କୁମାର ଜେନା, ରୋଜାଲିନ ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ l ପାଞ୍ଚ ଗୋଟି ଅନୁଷ୍ଠାନ ର କର୍ମକର୍ତ୍ତା: ମାନସ ମହାରଥା, ସ୍ମୃତି ରଞ୍ଜନ ସାହୁ, ସନ୍ଦୀପ ସାମଲ, ସୁଭସ୍ମିତା ମଙ୍ଗରାଜ, ଅଞ୍ଜନା ଦାସ, ଶୁକଦେବ ତରାଇ, ବାପିନା ପଣ୍ଡା, ବିପିନ ସେଠୀ, ବେବିନା ସେଠୀ, ସୁଧାଂଶୁ ଶେଖର ସାହୁ, ବାପୁଜୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ l




