ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଐତିହାସିକ ଚେଳିତୋଳ ବାଲିଯାତ୍ରାର ବୋଇତ ବନ୍ଦାଣ ଉତ୍ସବ ପାଳିତ..

ତିର୍ତୋଲ, 05/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଚଳିତବର୍ଷ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଐତିହାସିକ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ର ବୋଇତ ବନ୍ଦାଣ ଉତ୍ସବ ତାର୍ତ୍ତୋଲ ମହାନଦୀ ପଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବ ରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ସହ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ମାନେ ସାଧବ ବୋହୂ, ସାଧବ ପୁଅ ର ବେଶ ହୋଇ ବୋଇତ ବନ୍ଦାଣ ଉତ୍ସବ ରେ ଯୋଗଦେଇଥିଲେ। ଏହି ବୋଇତବନ୍ଦାଣ କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଓ ପୁରୁଷ ମାନଙ୍କ ସହିତ ହଜ଼ାର ରୁ ଉର୍ଦ୍ଧ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ବାଲିଯାତ୍ରା ଉଦ୍ଘାଟନ କରିବା ସହ ଭାଗବତ ଟୁଙ୍ଗି ର ଉଦଘାଟନ କରିଥିଲେ। ନଭେମ୍ବର ମାସ ୫ ତାରିଖ ପ୍ରବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ତିର୍ତ୍ତୋଲ ର ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ବିଧାୟକ ମତପ୍ରକାଶ କରିଛନ୍ତି.ଚଳିତ ବର୍ଷ ବାଲିଯାତ୍ରାରେ ରାମଦୋଳି,ଖାଇବା ଷ୍ଟଲ,ମିନା ବଜାର,ଓରମାସ ଷ୍ଟଲ ସହିତ ପ୍ରତ୍ୟେକ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ର କାର୍ଯକର୍ମ ରହିଛି.
Article Image
29