ଢେଙ୍କାନାଳ, 06/11/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ ବାଜିଚୌକସ୍ଥିତ ସୀତାରାମ ଆଶ୍ରମ ପ୍ରାଙ୍ଗଣରେ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ୨୪ତମ କାର୍ତିକେଶ୍ୱର ପୂଜା ରେ ପ୍ରସାଦସେବନ ଅନୁଷ୍ଠିତ ହୋଇଯାଇଅଛି । ଏଥୁରେ ଅନ୍ନ, ମିଠା ଅନ୍ନ, ଡାଲି, ଖଟା, ମିକ୍ସ ତରକାରି ଓ ଖୀରି ଇତ୍ୟାଦି ପ୍ରସାଦକୁ ସଂଧ୍ୟା ଆଳତି ପରେ ଏକ ହଜାରରୁ ଉର୍ଦୁ ଭକ୍ତ ସେବନ କରିଥିଲେ । ସଭାପତି ବୁନୁ ବେହେରା, ସଂପାଦକ ବିଜୟ ସାହୁ, କୋଷାଧ୍ୟକ୍ଷ ଗୋପାଳ ସାହୁ ଓ କମିଟି ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।