ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା’ କାମନାକାଳୀଙ୍କର ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣାହୁତି

ଢେଙ୍କାନାଳ, 06/11/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମରେ ମା’କାମନାକାଳୀଙ୍କର ଜନ୍ମ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ୨ ତାରିଖ ଦିନ ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା କରାଯାଇ ଶତାଧିକ ପୁରୁଷ ଓ ମହିଳା କଳସ ଧାରଣ କରି ଘଂଟ ଓ ବାଦ୍ୟଦ୍ୱାରା ଗ୍ରାମ ପରିଭ୍ରମଣ କରି ମା'ଙ୍କ ପୀଠରେ ସ୍ଥାପନ କରାଯାଇଥିଲା । ପରେ ଅଧୂବାସ ପୂଜା ଓ ଅଗ୍ନି ସଂସ୍କାର ସ୍ଥାପନ କରାଯାଇଥିଲା I ମା'ଙ୍କ ଜନ୍ମୋତ୍ସବ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭହୋଇଥୁବା ଆଜି ତା’ର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ୧ ତାରିଖରେ ଅଙ୍କୁରାରୋପଣ ଓ ମଣ୍ଡଳକରଣ ଅନୁଷ୍ଠିତ ହୋଇଥିବାବେଳେ ୨ ତାରିଖରେ ଘଟଆବାହନ ଓ କଳସଯାତ୍ରା, ୩ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସାଲାପୂଜା ଓ ମା'ଙ୍କ ପାଖରେ ୧୦୦୮ ଆହୁତି ପ୍ରଦାନ କରାଯାଇଥିଲା । ୪ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ସାଲା ପୂଜା ଓ ଗୀତା ଯଜ୍ଞ ଏବଂ ୫ ତାରିଖ ଦିନ ସୂର୍ଯ୍ୟପୂଜା, ଗୋପୂଜା, ସାଲାପୂଜା, ଚଣ୍ଡୀପୂଜା ଓ ପୂର୍ଣ୍ଣାହୁତି ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ଅନୁଷ୍ଠିତ ହେବ । ପ୍ରତ୍ୟହ ଦେବୀ ମହାସ୍ନାନ ଷୋଡଶ ଉପଚାର ପୂଜା ଓ ସଂଧ୍ୟା ଆଲତି ପ୍ରଦାନ କରାଯାଇଥିଲା । ଏହି ପୂଜାକୁ ମୁଖ୍ୟ ପୂଜକ ଚିତରଞ୍ଜନ ଦାସ, କର୍ତା ହିମାଂଶୁ ପ୍ରଧାନ, କର୍ତୀ ସୁଫଳା ପ୍ରଧାନ, କର୍ତା ବାଦଲ ସାଇଁ, କର୍ତୀ ରିତୁ ସାଇଁ ଏବଂ ନରଣପୁର ଗ୍ରାମବାସୀଙ୍କ ସହଯୋଗରେ ସଂପନ୍ନ ହୋଇଥିଲା ।
4