ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜାର ପୂର୍ଣ୍ଣାହୁତି ଓ ପ୍ରସାଦସେବନ

ଢେଙ୍କାନାଳ, 06/11/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ )
Article Image
: ଢେଙ୍କାନାଳ ପଦ୍ମ ବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ୱର ପୂଜାର ଆଜି ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଯାଇଛି। ୮୦୦ରୁ ଉର୍ଦ୍ଧ୍ବ ଭକ୍ତ ମହା ଆନନ୍ଦରେ ପ୍ରସାଦସେବନ କରିଥିଲେ । ଏଥିରେ ଅନ୍ନ, ଡାଲି, ଆମ୍ବୁଲ ଖଟା, ଶାଗ, ତରକାରୀ ଓ ଖିରି ହୋଇଥିଲା । ୬ ଦିନ ଧରି ଚାଲିଥିବା ଏହି ପୂଜା ପ୍ରତ୍ୟେକ ଦିନ ସକାଳୁ ନୀତି ପୂଜା, ମଧ୍ୟାହ୍ନ ପୂଜା, ସଂଧ୍ୟା ଆଳତି ସହିତ ବିଭିନ୍ନ ଭୋଗ କାର୍ତିକେଶ୍ୱରଙ୍କ ପାଖରେ ଲାଗି କରାଯାଇଥିଲା । ପ୍ରତ୍ୟେକ ଦିନ ପ୍ରତଃପୂଜା ଓ ହୋମ ସହିତ ଅଦ୍ୟ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ସିଦ୍ଧେଶ୍ବର ମିଶ୍ର ଓ କର୍ତା ସୁଜିତ୍ କୁମାର ସାହୁ ଏବଂ କର୍ତୀ ଝୁନୁ ସାହୁ ସମସ୍ତ ପୂଜାକୁ ସଂପାଦନ କରିଥିବାବେଳେ କର୍ମକର୍ତା ଦେବବ୍ରତ ସାହୁ, ଶ୍ରୀନିବାସ ସାହୁ, ସାନୁ ପୃଷ୍ଟି, ସଞ୍ଜୟ ସାହୁ, ସାଗତ କୁମାର ସାହୁ, ବିଚିତ୍ର ସାହୁ, ଅନିଲ୍ ସାହୁ, ଲିଙ୍କୁ ସାହୁ ଓ ଜିଲୁ ସାହୁଙ୍କ ସମେତ ବହୁ କର୍ମକର୍ତା ସାହାଯ୍ୟ କରିଥିଲେ ।
Article Image
12