ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଯୋଗାଣ ଅଧିକାରୀ ଙ୍କ ଅନୁପସ୍ଥିତି ରେ ଡିଲର ମାନଙ୍କୁ ହଇରାଣ କରୁଛି ପି ଡି ଏସ ଚାଉଳ ଯୋଗାଣ କାରି ଠିକାଦାର*

ତିର୍ତ୍ତୋଲ, 18/11/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଏବେ ଜିଲ୍ଲା ର ଚରଚିତ ବ୍ଲକ ଭାବେ ପରିଗଣିତ ହୋଇଛି।କାହିଁକି ନାଁ ସେ ପିସି କାରବାର ହଉବା ଭତା।ଏବେ ଦେଖିବାକୁ ମିଳିଛି ପି ଡି ଏସ ଚାଉଳ ର ଦୁର୍ନୀତି।ତିର୍ତ୍ତୋଲ ବ୍ଲକ ର ୨୯ ଗୋଟି ପଞ୍ଚାୟତ କୁ ପି ଡି ଏସ ଚାଉଳ ଯୋଗାଣ କରୁଥିବା ସରୋଜ ଲେଙ୍କା ଏବେ ପ୍ରତ୍ୟେକ ଡିଲର ଙ୍କୁ କମ ପରିମାଣ ର ଚାଉଳ ଯୋଗାଣ କରୁଥିବା ଅଭିଯୋଗ ଆସିଛି। ଯୋଗାଣ ଅଧିକାରୀ ଅନୁପସ୍ଥିରେ ଏମିତି କରିବାକୁ ସାହସ ଦେଲା କିଏ ?ଅନୁସନ୍ଧାନ ରୁ ଜଣାପଡିଛି ଯେ ଚାଉଳ ଯୋଗାଣ କରୁଥିବା ସରୋଜ ଲେଙ୍କା ତିର୍ତୋଲ ର ଏକ ନିର୍ଦ୍ଧିଷ୍ଟ ଜାଗା ରେ ଚାଉଳ ଗଛିତ ରଖି ସେ ଠାରୁ ଏକ ଛୋଟ ଗାଡ଼ିରେ ଡିଲର ପଏଣ୍ଟ କୁ ପଠାଇଥାନ୍ତି । ଡିଲର ମାନେ ଏବେ ଅଭିଯୋଗ କରିଛନ୍ତି ଯେ ଗୋଟେ ପ୍ୟାକେଟ ରେ ୫୦ କେଜି ରହିବା ପରିବର୍ତ୍ତେ ପ୍ୟାକେଟ ପିଛା ରହୁଛି ୪୨ ରୁ ୪୫ କେଜି।ଅବଶିଷ୍ଠ ଚାଉଳ ଯାଉଛି କୁଆଡେ ?ଏଥି ପାଇଁ ଦାଇ କିଏ ?ଚାଉଳ ଯୋଗାଣ କରୁଥିବା ସରୋଜ ଲେଙ୍କା ଙ୍କ ପିତା ଜଣେ ଅବସରପ୍ରାପ୍ତ ସହକାରୀ ଜିଲ୍ଲା ଯୋଗାଣ ଅଧିକାରି ଥିଲେ। ସେଥିପାଇଁ ଦୁର୍ନୀତି କଲେ ମଧ୍ୟ କାଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ କୁଣ୍ଠାପ୍ରକାଶ କରୁଛି।ବିଚାରା ଡିଲର ମାନେ ହନ୍ତସନ୍ତ ହେଉଛନ୍ତି।ଏଥି ପାଇଁ ଦାଇ କିଏ ? ସାଧାରଣ ଲୋକଙ୍କ ଅବଶିଷ୍ଠ ଚାଉଳ ଯାଉଛି କୁଆଡେ ?ଏହା କଣ ପ୍ରଶାସନ ଆଖିକୁ ଦେଖା ଯାଉନାହିଁ ନାଁ ଦେଖି ନ ଦେଖିବାର ଅଭିନୟ କରୁଛି ।ଦେଖି ବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ପ୍ରଶାସନ କଣ ଆକ୍ସସନ ନେଉଛି।
Article Image
1