ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜମି କିଣାଇଦେବାକୁ କହି ମହିଳାଙ୍କ ସୁନା ଗହଣା ଓ ଟଙ୍କା ହଡ଼ପ କଲା ଯୁବକ

ତିର୍ତୋଲ, 07/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତର ପୋତାନଇ(ବିଲସାହି) ଗ୍ରାମର ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ମଞ୍ଜୁଲତା ସ୍ବାଇଁ ଏଭଳି ଠକାମୀର ଶୀକାର ହୋଇଛନ୍ତି। ଭଅଁରକୋଲା(ଗଭଡି) ଗ୍ରାମର ଧଡି ମୁଦୁଲିଙ୍କ ପୁଅ ରୋହିତ ମୁଦୁଲି ପଙ୍କପାଳଠାରେ ଏକ ଜମି ମଞ୍ଜୁଲତାଙ୍କୁ କିଣାଇଦେବାକୁ କହି ପର୍ଯ୍ୟାୟକ୍ରମେ ୧ଲକ୍ଷ ୯୨ ହଜାର ଟଙ୍କା ଓ ସୁନା ହାର ୧ଟି,ସୁନା ପେଣ୍ଡିଫୁଲ ୧ହଳ, ସୁନା କାନ ରିଙ୍ଗ ୧ହଳ ଏବଂ ସୁନାର ଲକେଟ୍ ଗୋଟିଏ ନେଇଥିବା ତିର୍ତ୍ତୋଲ ଥାନାରେ ଦିଆଯାଇଥିବା ଏତଲାରେ ମଞ୍ଜୁଲତା ଉଲ୍ଲେଖ କରିଛନ୍ତି। ରୋହିତ ଜମି ତାଙ୍କୁ କିଣାଇ ନଦେଇ ନିଜ ନାମରେ କରିନେଇଛନ୍ତି। ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ମଞ୍ଜୁଲତା ଋଣ କରି ଜମି ପାଇଁ ରୋହିତକୁ ଟଙ୍କା ଦେଇଥିଲା। ରୋହିତ ଟଙ୍କା ଫେରାଉ ନାହି,ଜମି ଦେଉନାହିଁ କିମ୍ବା ନେଇଥିବା ସୁନା ଗହଣା ମଧ୍ୟ ଦେଉନାହିଁ। ଏବେ ମୋ ପାଖକୁ ଆସି ତାସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି। ଏଥିରେ ଅରାଜି ହେବାରୁ ଦୁଷ୍କର୍ମ କରି ଜୀବନରେ ମାରିଦେବାକୁ ଧମକ ଦେଉଥିବା ମଞ୍ଜୁଲତା ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଉଲ୍ଲେଖ କରିଛନ୍ତି।
Article Image
5