ତିର୍ତୋଲ, 08/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ସ୍ଥିତ ଗୋପିଆକୁଦ ମହାନଦୀ ପଠାରେ ତିର୍ତ୍ତୋଲର ୨୪ ତମ ଚେଳିତୋଳ ବାଲିଯାତ୍ରା ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସ୍ଥାୟୀ ସଭାପତି ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ଅରବିନ୍ଦ ସର୍କଲେ, ସନମାନୀୟ ଅତିଥି ଭାବେ ସମାଜସେବୀ ରବିନାରାୟଣ ସାହୁ, ଅନ୍ତରଜାମି ରାଉତ, ରଘୁନାଥପୁର ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିବା ସହିତ ନୌବାଣିଜ୍ୟ ଓ ଚେରିତୋଳା ବାଲିଯାତ୍ରା ର ଅତୀତ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ. l ଅତିଥି ମାନେ ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା ଦୀର୍ଘ ୨୪ ବର୍ଷ ଧରି ସୁଚାରୁରୂପେ ଚାଲିଆସୁଥିବାରୁ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ l ଅନୁଷ୍ଠାନ ପକ୍ଷରୁ ସଭାପତି ତଥା ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ ଅତିଥି ମାନଙ୍କୁ ପୁଷ୍ପ ଗୁଛ, ମୋମେଣ୍ଟ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ବରିଷ୍ଠ ସଭ୍ୟ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l

ତୃତୀୟ ସନ୍ଧ୍ୟା ରେ ବିଭିନ୍ନ ଖାଦ୍ୟ ଷ୍ଟଲ, ମିନାବଜାର, ସରକାରୀ ଷ୍ଟଲ ମାନଙ୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ହାତ ତିଆରି ସାମଗ୍ରୀ, ଅସ୍ଥାୟୀ ମେଡିକାଲ, ରାମଦୋଳି ସହିତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା l ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ତିର୍ତ୍ତୋଲ ଅଗ୍ନି ଶମ ବାହିନୀ ର କର୍ମଚାରୀ ମାନେ ସଜାଗ ରହିଥିବା ଦେଖିବାକୁ ମିଳିଥିଲା l ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠି ଙ୍କ ନେତୃତ୍ୱ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିବା ଦେଖାଯାଇଛି l ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ବସନ୍ତ ମହାପାତ୍ର, ତପନ କୁମାର ମହାନ୍ତି, ଅରବିନ୍ଦ ହୋତା, ଚିତ୍ତରଞ୍ଜନ ରଥ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ସୁବ୍ରତ ଦାଶ, ମଳୟ ବାରିକ, ଅଭିରାମ ଦାସ, ସୁଦୀପ୍ତ ରାଉତ, ନବକିଶୋର ମହାପାତ୍ର, ପ୍ରଯୋଜକ ପ୍ରଶାନ୍ତ ମହାନ୍ତି, ଦେବୀପ୍ରସାଦ ମହାପାତ୍ର, ସୁବର୍ଣ୍ଣ ପଣ୍ଡା, ଅମୁଲ୍ୟ ସାହୁ, ତନ୍ମୟ କୁମାର ଦାସ, ସୋମ୍ୟ ରଞ୍ଜନ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ.