ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସାଇବର ଠକେଇ ଅଭିଯାନ l

ପାରାଦ୍ଵୀପ, 09/11/2025, ଉତ୍କଳ voice news - utkalvoicenews.com ପାରାଦ୍ଵୀପ ଆଦର୍ଶ ଥାନା ତରଫରୁ ଜନ ସାଧାରଣ ଙ୍କ ସଚେତନା ସ୍କୁଲ୍ କଲେଜ୍ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଠକେଇ ରୁ ଦୁରେଇ ରହିବା ପାଇଁ ପାରାଦୀପ ଆଦର୍ଶ ଥାନା, ପାରାଦୀପ ଜଟାଧାରୀ ମୁହାଣ ଥାନା, ପାରାଦୀପ ନେହେରୁ ବଙ୍ଗଳା ମେରାଇନି ଥାନା ତିନି ଥାନାର ମିଳିତ ଆନୁକୁଲ୍ୟରେ ସାଇବର ଠକେଇ ଅଭିଯାନ କାର୍ଯ୍ୟକ୍ରମ କରାଯାଇ ଥିଲା l ଏହି କାର୍ଯ୍ୟ କ୍ରମ ରେ ଆଦର୍ଶ ଥାନା ର ଆଡିଶିନାଲ ଆରକ୍ଷୀ ଅଧିକ୍ଷକ ଶ୍ରୁତି ରଞ୍ଜନ କର ଙ୍କ ଦ୍ଵାରା ତିନି ଥାନାର ଅଧିକାରୀ ମାନେ ଏକତ୍ରିତ ହୋଇ ଏହି ସାଇବର ସଚେତନା କାର୍ଯ୍ୟକ୍ରମ କରିଥିଲେ l ପାରାଦୀପ ଆଦର୍ଶ ଥାନା ଅଧିକାରୀ କାବୁଲି ବାରିକ, ମେରାଇନି ଥାନା ଅଧିକାରୀ ବବିତା ଦେଉରୀ, ଜଟାଧାରୀ ମୁହାଣ ଥାନା ଅଧିକାରୀ କଲ୍ୟାଣୀ ଷଣ୍ଢ ପ୍ରମୁଖ ଯୋଗ ଦେଇ ପାରାଦୀପ ଆଦର୍ଶ ଥାନା ପରିସରରୁ ଏକ ବିରାଟ ଶୋଭଯାତ୍ରାରେ ପାରାଦୀପ ସରସ୍ୱୋତି ଶିଶୁମନ୍ଦିର ହାଇସ୍କୁଲ ପରିସରରେ ସାଇବର ଠକେଇ ବିଷୟରେ ସର୍ବସାଧାରଣ ଏବଂ ସ୍କୁଲ୍ ର ଛାତ୍ର ଛାତ୍ରି ମାନଙ୍କୁ ସଚେତନ କରାଇ ଥିଲେ l
Article Image
Article Image
Article Image
Article Image
31