ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇଲୋ ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ

ତିର୍ତ୍ତୋଲ, 09/11/2025, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ଟୁକନ ଙ୍କ ରିପୋର୍ଟ୍ ) :
Article Image
ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହମା ହାଟ ବଜାର ଠାରେ ଥିବା ସାଇଲୋ ସେବା ସମବାୟ ସମିତିରେ ଦୁର୍ନୀତି ଅନିୟମିତତା କୁ ନେଇ ଚର୍ଚ୍ଚା ଜୋର ଧରିଛି।ସାଇଲୋ ଓ ତାଳପଡା ପଂଚାୟତ ରେ ରହିଛି ଏହି ସମିତି।କୃଷକମାନଙ୍କ ଠାରୁ ଧାନ ସଂଗ୍ରହ କରିବାକୁ ବ୍ୟାପକ ଅନିୟମିତତା ହେଉଥିବା କୁ ନେଇ କୃଷକ ଅସନ୍ତୋଷ ପ୍ରକାଶ ପାଇଛି।ଖରିଫ ଧାନ-୨୦୨୫ ସଂଗ୍ରହ ପାଇଁ କୃଷକ ମାନେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ ସୁଧା ପାଞ୍ଜି କୃତ ହୋଇପାରିଲା ନାହିଁ କି ଧାନ ଦେଇପାରିନଥିଲେ।ସମ୍ପାଦକ ଙ୍କୁ କୃଷକ ମନେ ଏ ସମ୍ପର୍କ ଅଭିଯୋଗ କରିବାରୁ ସେ ଧାନ ମଣ୍ଡି ରେ ନଦେଇ ସିଧାସଳଖ ମିଲ ରେ ଦେବାକୁ କହିଥିଲେ।୨୪ମସିହା ଖରିଫ ଫସଲ ବିକ୍ରୟ କମିଟି ଜନୈକ ସଭ୍ୟ କୃଷକ ମାନଙ୍କ ଠାରୁ ଦେଢ଼ ହଜାରରୁ ଦୁଇ ହଜାର ଟଙ୍କା ଆଦାୟ କରି ମିଲରକୁ ସିଧା ସଳଖ ଧାନ ବିକ୍ରିବାକୁ ଦେଇଥିଲେ।ଆଦାୟ ଟଙ୍କା ସମ୍ପର୍କରେ ସମ୍ପାଦକ କହିଥିଲେଯେ ଟେଲିଫୋନ ରେ ଯୋଗାଯୋଗ କରି ଧାନ ବିକ୍ରୟ କରାଇଦେବା ରେ କିଛି ଖର୍ଚ୍ଚ ହେଉଥିବ ବୋଲି ସେ ଟଙ୍କା ଆଦାୟ କରିଥିବା କହିଥିଲେ। ଅନ୍ୟପକ୍ଷରେ କୃଷକ ମାନଙ୍କ ଠାରୁ ଏହିମାଧ୍ୟମ ରେ ଟଙ୍କା ଆଦାୟ କରି ସମ୍ପଦକ ଓ ଅନ୍ୟ କେତେଜଣ ଭୋଜିଭାତ କରିଖାଇଥିବା ଦେଖାଯାଇଛି।ଦୁଇ ବର୍ଷ ହେବ ସମିତିର ସାଧାରଣ ସଭା କରାଯାଇନାହିଁ।ଚାରି ପାଞ୍ଚ ବର୍ଷ ହେବ ଆୟ ବ୍ୟୟ ହିସାବ ଦିଆଯାଉ ନାହିଁ।ଧାନ ସଂଗ୍ରହ ବେକେ କୃଷକ ମାନଙ୍କୁ ଶୋଷଣ କରାଯାଉଛି।ଏହି ସବୁ ଅଭିଯୋଗ କୁ ନେଇ।ମାନ୍ୟବର ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ,ଏ. ଆର, ଭୁବନେଶ୍ୱର,ଜିଲ୍ଲାପାଳ ଜଗତସିଂହପୁର, ଡି. ଆର. ଜଗତସିଂହପୁର, ବିଡ଼ିଓ କୁଜଙ୍ଗ, ବ୍ରାଞ୍ଚ ମ୍ୟାନେଜର କଟକ, ବ୍ରାଞ୍ଚ ମ୍ୟାନେଜର କୁଜଙ୍ଗ ନିକଟରେ ବୋଡ଼ ମେମ୍ବର ରବିନାରାୟଣ ସାହୁ, ଜ୍ୟୋତି ରଞ୍ଜନ ସାହୁ, ଶରତ ଦାସ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପ୍ରମୋଦ ସାହୁ'ନିତ୍ୟାନନ୍ଦ ସିଂ, ନୃସିଂହ ଚରଣ ସେନାପତି, ଭିକାରୀ ଚରଣ ସେନାପତି, ବାବୁଲି ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ କୋଡ଼ିଏ ରୁ ଉର୍ଦ୍ଧ୍ବ ମେମ୍ବର ଅଭିଯୋଗ କରିଛନ୍ତି।ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ହେବବୋଲି ସୂଚନା ମିଳିଛି।
Article Image
7