ଏରସମା, 29/01/2025, ଉତ୍କଳ voice news - utkalvoicenews.com

ଗହରିଶପୁର ମା ମନସା ଖେଳ ପଡିଆରେ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଉଜାପିତ ହୋଉଯାଉଛି।ଫାଇନାଲ ମ୍ୟାଚରେ ମାଷ୍ଟର ଓମେନ୍ସ କଟକ ଓ ଏଲ ଆର ଏସ ବଙ୍ଗଳାସ୍ପୋର୍ଟସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମାଷ୍ଟର ଓମେନ୍ସ କଟକ ଟଚ ଜିତି ବ୍ୟାଟିଙ୍ଗି କରିଥିଲେ l ୨୦ ଓଭର ରେ ୩ ଉଇକେଟ ହରାଇ ୧୯୬ ରନ କରିଥିଲl।ଏଲ ଆର ଏସ ବାଙ୍ଗଳାସ୍ପୋର୍ଟସ ୧୯୭ରନ ପିଛା କରି ୨୦ ଓଭର ରେ ୯ଉଇକେଟ ହରାଇ ୧୪୮ ରନ କରିଥିଲେ।ଜାକି ମାଷ୍ଟର ଓମେନ୍ସ କଟକ ୪୮ରନ ରେ ମ୍ୟାଚ ଜିତିନେଇଥିଲା।ମାଷ୍ଟର ଓମେନ୍ସ କଟକର ଶିଳ୍ପା ମ୍ୟାନ ଅଫ ଦି ମ୍ୟାଚ ବିଜେତା ହୋଇଥିଲା।୫୫ବଲ ରୁ ୭୨ ରନ, ୧୧ଚୌକା ଓ ଗୋଟିଏ ଛକା ସାମିଲ ଥିଲା।ବିଜେତା ଟିମକୁ ଟ୍ରଫି ସହିତ ତିରିଶ ହଜାରର ଚେକ ପ୍ରଦାନ କରାଯାଇଥିଲା।ରନନ୍ସକୁ ଟ୍ରଫି ଓ କୋଡିଏ ହଜାର ର ଚେକ ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥିଭାବେ ଗଡ଼ହରିଶପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ବତୀ ଗୁଡ଼ିଆ,ଗଡ଼ହରିଶପୁର ସମିତି ସଭ୍ୟା ପିୟତମା ରାଉତ,ମା ମନସା ପୂଜାର ସଭାପତି ଅମଲ ଜାନା,ସମ୍ପାଦକ ସୋରବ ଦାସ,ରବୀନ୍ଦ୍ରନାଥ ଜାନା, ଦିପେନ୍ଦୁ ପଣ୍ଡା,ଭୀମ ସେନ ରାଉତ, ସମାଜ ସେବୀ ଉପେନ୍ଦ୍ର ସାମନ୍ତ, ଦିଲ୍ଲୀପ ପାତ୍ର,ଗୋରାଙ୍ଗ ଜାନା,ମା ମନସା ସ୍ପୋର୍ଟସ କ୍ଳବର ସଭାପତି ଶୁକଦେବ ଗିରି ,ସମ୍ପାଦକ ଗୁରୁପଦ ଗୁଡ଼ିଆ, କୋଷାଧକ୍ଷ ପୁଲିନ ମଣ୍ଡଳ ସ୍ପୋର୍ଟସ କ୍ଳବ ଗଡ଼ହରିଶପୁର କ୍ରିକେଟ କ୍ଲବର ସମସ୍ତ ଜୁନିଅର ସଦସ୍ୟ ମାନେ କ୍ରିକେଟ ଟୁର୍ଣ୍ଣlମେଣ୍ଟେକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିଲେ।ଏହି ଖେଳକୁ ଅମ୍ପେୟାର ଜଗମୋହନ ଦାସ ଓ ଗୁରୁକୃଷ୍ଣ ବିଶ୍ୱାଳ ପରିଚାଳନା କରିଥିଲେ।