ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରିୟ ଆଇନି ସେବା ଦିବସ ପାଳିତ

ତିର୍ତୋଲ, 09/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତ୍ତୋଲ ତାଲୁକ ଆଇନି ସେବା ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଆଇନି ସେବା ଦିବସ ପାଳିତ ହୋଇଛି।ଆଇନି ସହାୟତା କେଉଁମାନେ ପାଇବେ ସେ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦଯାତ୍ରା କରାଯାଇଥିଲା।ମହିଳା, ଅସହାୟ,ଗରିବ ଲୋକମାନଙ୍କ ପାଇଁ ଆଇନି ସହାୟତା ଯୋଗାଇଦେବାକୁ ଥିବା ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା।କୋର୍ଟ ପରିସରରେ ତାଲୁକ ସେବା ସମିତିର ଅଧ୍ୟକ୍ଷ ଜେ.ଏମ.ଏଫ.ସି.ପାରସ ପାଢ଼ୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ଓକିଲ ସଂଘ ସଭାପତି ଆଲ୍ଲାଦ ପରିଜା, ଟୁକନ ସେଠି, ଦେବେନ୍ଦ୍ର ନାୟକ ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ସ୍ୱାଇଁ, ସୁଧୀର ଚନ୍ଦ୍ର ଖୁଣ୍ଟିଆ, ସାରଦା ପ୍ରସନ୍ନ ଚୌଧୁରୀ, ବିଷ୍ଣୁ ପ୍ରସାଦ ମାଝୀ ପ୍ରମୁଖ ଆଇନିଜିବି, ମୋହରିଅର ଅଜିତ ରଥ,ଙ୍କ ସମେତ କୋର୍ଟ ପୋଲିସ,କୋର୍ଟ କର୍ମଚାରୀ ଯୋଗଦେଇଥିଲେ।
11