ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ବ୍ୟକ୍ତି ସୁବାସ ଶାସମଲଙ୍କ ପଞ୍ଚଦଶ ଦିବସରେ ସତସଙ୍ଗ ଅନୁଷ୍ଠିତ

ବାଲିକୁଦା, 10/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ସନ୍ତୋ ଗ୍ରାମର ସୁବାସ ଶାସମଲ (୭୨)ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ସ୍ୱର୍ଗତ ଶାସମଲଙ୍କ ପଞ୍ଚଦଶ ଦିବସରେ ଧନିଶୋ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ସତସଙ୍ଗ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶେଷ ଧରଣର ଆଧ୍ୟାତ୍ମିକ ଆଲୋଚନା ଚକ୍ର ଓ ସତସଙ୍ଗ ସ.ପ୍ର.ଋ ଗୋପାଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ବିପଥଗାମୀ ସମାଜ ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ସତସଙ୍ଗ ବିହାରର ସ.ପ୍ର.ଋ ଅଭୟ କୁମାର ପରିଡ଼ା, ନିରଞ୍ଜନ ଜେନା, ନିରଞ୍ଜନ ପ୍ରଧାନ, ଅନନ୍ତ ଚରଣ ସାମଲ, ସୁରେନ୍ଦ୍ରନାଥ ସାମଲ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ହରେକୃଷ୍ଣ ଦାସ, ଗଣେଶ ଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଏହି ସତସଙ୍ଗ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆଜିର ସମଗ୍ର ମାନବ ସମାଜ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ବିଶେଷ ପ୍ରଣିଧାନ ଯୋଗ୍ୟ ଏବଂ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା କେବଳ ସତସଙ୍ଗ, ସତନାମ ଓ ସଦଗୁରୁଙ୍କ ଆଶ୍ରୟ ଦ୍ୱାରା ସମ୍ଭବ ବୋଲି ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଧନିଶୋ ସତସଙ୍ଗ ବିହାରର ଗୁରୁଭାଇ ଓ ମା ମାନେ ମିଳିମିଶି ପରିଚାଳନା କରିଥିଲେ । ଏହି ସତସଙ୍ଗ ଉତ୍ସବରେ ଆଖପାଖ ଅଞ୍ଚଳର ଶ୍ରୀ ଶ୍ରୀ ଠାକୁରଙ୍କର ବହୁ ଅନୁଗାମୀ ଯୋଗଦେଇଥିଲେ ।
6