ଉତ୍କଳ voice news - utkalvoicenews.com
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
*ବିଡ଼ିଓ ଙ୍କ ବିବାହ ଉତ୍ସବରେ ଔଷଧୀୟ ବୃକ୍ଷ ଉପହାର*
ତିର୍ତ୍ତୋଲ, 11/11/2025, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ଟୁକନ ଙ୍କ ରିପୋର୍ଟ୍ ) :
*ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ନିଆରା ଉପହାର*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ରେ କାର୍ଯ୍ୟରତ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଙ୍କ ବିବାହ ଉତ୍ସବ ଗତ ୮ ତାରିଖ ରେ ଅନୁଷ୍ଠିତ ହୋଇଥିବା ବେଳେ ୧୦ ତାରିଖ ରେ ଭୂବନେଶ୍ଵରର ଆଇଗେଣିଆ (ଖଣ୍ଡଗିରୀ) ଶ୍ରୀନିକା ଡିମ୍ ସିଗନେଚର ମଣ୍ଡପରେ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ତିର୍ତ୍ତୋଲ ସାମ୍ବାଦିକ ସଂଘ ର ସଭ୍ୟମାନେ ଯୋଗଦେଇ ବିଡ଼ିଓ ଗିରିଜା ଶଙ୍କର ଓ ତାଙ୍କର ଧର୍ମପତ୍ନୀ ରସ୍ମୀରେଖା ଙ୍କୁ ନିଆରା ଢଙ୍ଗରେ ଦୁଇଟି ଔଷଧୀୟ ବୃକ୍ଷ ଲବଙ୍ଗ ଓ ଜୁଆଣି ବୃକ୍ଷ ଉପହାର ଦେଇଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃଷ ବଞିବା ସହିତ ପରିବେଶ କିଭଳି ସୁସ୍ଥ ରଖିବାକୁ ଏକ ପ୍ରୟାସ। ଏହି ଔଷଧୀୟ ବୃକ୍ଷ ଦ୍ବାରା କିଛି ରୋଗର ଉପଶମ ହେବା ସହିତ ଏହାର ବାସ୍ନା ରେ ପରିବେଶ ମଧୁର ଲାଗିଥାଏ ବୋଲି ବିଶ୍ୱାସ ରହିଛି। ଏହି ଉପହାର କୁ ନବଦମ୍ପତି ଖୁସିରେ ଗ୍ରହଣ କରିବା ସହିତ ଉପସ୍ଥିତ ଅତିଥିମାନେ ଏହାକୁ ବେଶ୍ ପ୍ରଶଂସା କରିଛନ୍ତି। ଏହି ବିବାହ ଉତ୍ସବରେ ବିଭିନ୍ନ ବିଭାଗର ଅଧିକାରୀ ଓ ଅଧିକାରୀଣୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବିଭିନ୍ନ ବର୍ଗର ନେତୃମଣ୍ଡଳୀ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଉପସ୍ଥିତ ସମସ୍ତ ଅତିଥିମାନେ ଦୁଇ ନବ ଦମ୍ପତିଙ୍କ ମଙ୍ଗନ କାମନା କରିବା ସହିତ ଉଭୟଙ୍କ ବୈବାହିକ ଜୀବନ ସୁଖମୟ ହେଉ ମତ ରଖିଥିଲେ।