ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ର ଛାତ୍ରୀଙ୍କ ଧାରଣା।

କୁଜଙ୍ଗ, 11/11/2025, ଉତ୍କଳ voice news - utkalvoicenews.com
Article Image
ଅନ୍ଧାରରେ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ,ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ।ଶିକ୍ଷକ ଅଭାବକୁ ନେଇ ତୁମ୍ବୀ ତୋଫାନ।ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଣ୍ଡକିପୁର ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ର-ଛାତ୍ରୀ ଓ ଅବିଭାବକ ମାନେ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ ପୁରୁଣା ଗଣ୍ଡକିପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।ତେବେ ୧୯୩୬ମସିହାରୁ ନିର୍ମିତ ଏହି ପ୍ରାଥମିକ ବିଦ୍ୟାଳୟ ଗଣ୍ଡକିପୁରରେ ଅନେକ ଛାତ୍ର-ଛାତ୍ରୀ ମାନେ ଶିକ୍ଷା ଅର୍ଜ୍ଜନ କରି କିଏ ସରକାରୀ ଚାକିରୀ କରିଛନ୍ତି ତ ଆଉ କେହି ବେସରକାରୀ ଚାକିରୀ କରିଛନ୍ତି।ମାତ୍ର ବର୍ତ୍ତମାନ ସମୟରେ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଣ୍ଡକିପୁରରେ ୫ଟି ଶ୍ରେଣୀ ଗୃହ ଥିବା ବେଳେ ୯୦ଜଣ ଛାତ୍ର,ଛାତ୍ରୀ ପାଠ ପଡୁଛନ୍ତି।ତେବେ ୯୦ ଜଣ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ବେଳେ ଛାତ୍ର-ଛାତ୍ରୀ ମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେଉଛି।ଯାହାକୁ ନେଇ ବିଗତ ଦିନରେ ଅବିଭାବକ ମାନଙ୍କ ପକ୍ଷରୁ ବ୍ଲକ୍ ଏଜୁକେସନ୍ ଅଫିସର,ଉପ ଜିଲ୍ଲାପାଳ,ଡିଷ୍ଟିକ ଏଜୁକେସନ୍ ଅଫିସର ଓ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ମାତ୍ର ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେବାରୁ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଣ୍ଡକିପୁର ଫାଟକ ସମ୍ମୁଖରେ କୁନି କୁନି ଛାତ୍ର-ଛାତ୍ରୀ ଓ ଅବିଭାବକ ମାନେ ଧାରଣାରେ ବସିଛନ୍ତି।ଯେ ପର୍ଯ୍ୟନ୍ତ ଏହି ବିଦ୍ୟାଳୟକୁ ଦୁଇଟି ଶିକ୍ଷକ ନିଯୁକ୍ତି ପ୍ରଦାନ ନ କରାଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିବେ ବୋଲି ସନ୍ତୋଷ କୁମାର ଜେନା,ନିତ୍ୟାନନ୍ଦ ଜେନା,ରଞ୍ଜନ ବାରିକ,ଭାରତୀ ଜେନା,ଆଲୋକ ବାରିକ୍,ରଞ୍ଜନ ସେଠୀ,ସରୋଜ ଦାସ,ପିଣ୍ଟୁ ସାହୁ,ଆଲୋକ ସାହୁ,ବିଜୟ କେତନ ଦାସ,ନିତ୍ୟାନନ୍ଦ ବାରିକ ପ୍ରକାଶ କରିଛନ୍ତି।ତେବେ ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଣ୍ଡକିପୁରରେ କେବେ ନିଯୁକ୍ତି ହେବେ ଦୁଇ ଶିକ୍ଷକ ତାହା ଉପରେ ରହିଛି ସମସ୍ତଙ୍କ ନଜର।
Article Image
6