ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନଷ୍ଠିତ

ଢେଙ୍କାନାଳ, 12/11/2025, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ତା -୧୦.୧୧.୨୦୨୫ ରିଖ ସୋମବାର ଦିନ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଅଛି। ଉକ୍ତ କ୍ରୀଡା ପ୍ରତିଯୋଗିତା କୁ ବେଗା ପଞ୍ଚାୟତ ର ସରପଞ୍ଚ ରାହୁଲ ରାୟ ମହାଳିକ ଉଦ୍ଘାଟନ କରିଥିଲେ। ଉକ୍ତ ପ୍ରତିଯୋଗିତା କୁ My Yuva Bharat, ଢେଙ୍କାନାଳ ଓ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ର ମିଲିତାନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଯୁବକ ମାନଙ୍କ ମଧ୍ୟରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଅଜୟ କୁମାର ପୂର୍ତ୍ତି ଓ ଟିମ୍ ୧.୦ ଗୋଲ୍ ରେ ଅନିଲ କୁମାର ସାହୁଙ୍କୁ ପରାସ୍ତ କରିଥିଲେ। ଖୋ ଖୋ ରେ କାହ୍ନ୍ନା ସାହୁ ଓ ସାଥୀ ଅଜୟ କୁମାର ପୂର୍ତ୍ତି ଓ ସାଥିଙ୍କୁ ପରାସ୍ତ କରି ପୁରସ୍କୃତ ହୋଇଥିଲେ। ପୁଚି, ସ୍ଲୋ ସାଇକେଲ,ମ୍ୟୁଜିକ ଚେୟାର ବାଳିକା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ପ୍ରଥମ, ଦ୍ଵିତୀୟ, ତୃତୀୟ ଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବକ ମାନଙ୍କ ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଉକ୍ତ ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଲେଙ୍କା ପରିଚାଳିତ କରିଥିଲେ। ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ କ୍ରୀଡାର ବିକାଶ ଗ୍ରାମାଞ୍ଚଳ ରେ କିପରି ହେବ ବୁଝାଇ କହିଥିଲେ। ମୂଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ନାରାୟଣ ସ୍ୱାଇଁ, ସହକାରୀ ଶିକ୍ଷକ ସୁକାନ୍ତ କୁମାର ସାହୁ, ଭ୍ରମରବର ପ୍ରଧାନ, ବିକ୍ରମ ବାରିକ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହାକୁ ପ୍ରିୟ ର କର୍ମଚାରୀ ରବୀନ୍ଦ୍ର କୁମାର ସାମଲ, ସୋନାଲି ଧଳ, ଅନ୍ନପୂର୍ଣ୍ଣା ଧଳ, ସୌଭାଗ୍ୟଲକ୍ଷ୍ମୀ ତରାଇ ପରିଚାଳନା କରିଥିଲେ।
7