ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

ଏରସମା, 12/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ପୋତକ ଗ୍ରାମରେ ଦୁଇଦିନିଆ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ହର ବାରିକଙ୍କ ସଭାପତିତ୍ବରେ ଡ଼ ଦେବଦତ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ଦିନକୁ ଦିନ ଗ୍ରାମାଞ୍ଚଳରେ ପୂରୁଣା ସଂସ୍କୃତି,କଳା ଲୋପ ପାଇବାକୁ ବସୁଥିବା ବେଳେ ଏ ଗ୍ରାମର ଯୁବକମାନେ ସମସ୍ତେ ଏକାଠି ହୋଇ ଗ୍ରାମରେ ଭାଇଚାରା ବଜାୟ ରଖି ଏଭଲି ଏକ ସାଂସ୍କୃତିକ ମଞ୍ଚ ଆୟୋଜନ କରିଥିବାରୁ ସମସ୍ତ ଡ଼୍ୟାମାଟିକ୍ କ୍ଲବର ସଦସ୍ୟମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଥିଲେ। ପୋତକ ଗ୍ରାମର କଳାର ମାଟି ଏ ଗାଁର ପ୍ରତ୍ୟେକ ଯୁବକମାନଙ୍କ କଳା ପ୍ରତି ଥିବା ଭଲ ପାଇବା ପୁରୁଣା ସଂସ୍କୃତିକୁ ବଜାଇ ରଖିବାର ଏକ ସୁନ୍ଦର ପ୍ରୟାସ ।ଆମେ ଆମ ବାପା ଅଜା ଅମଳରୁ ଯେଉଁ ସବୁ ସଂସ୍କୃତି ପରମ୍ପରା ଥିଲା ଆଜି ଧିରେ ଧୀରେ ଆଧୁନିକ ଯୁବ ପିଢିମାନେ ସେ ସବୁ ଭୁଲିଯାଉଛନ୍ତି ତେଣୁ ଆସ ଆମେ ମାନେ ଏକ ମନ ଏକ ପ୍ରାଣ ହେଇ ହାତରେ ହାତ ମିଶାଇ ଏକାଠି ହୋଇ ଆମ ପଞ୍ଚାୟତ ବା ଆମ ଗାଁର ଭାଇ ଚାରା ଏଭଲି ସବୁ ଦିନ ପାଇଁ ବଜାଇ ରଖି ଅନୁଷ୍ଠାନକୁ ଆଗକୁ ନେବା ପାଇଁ ଆଜିର ଯୁବ ପିଢିମାନଙ୍କୁ ସେ ଅନୁରୋଧ କରିଥିଲେ। ପ୍ରଥମ ଦିବସରେ ଅମୟ କୁମାର ନାୟକଙ୍କ ନିର୍ଦ୍ଦେଶିତ ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ପରିବେଷଣ କରାଯାଇଥିବା ବେଳେ ଦ୍ଵିତୀୟ ଦିବସରେ ସେଇ ଗୋଟିଏ ଭୁଲ୍ ପାଇଁ ନାଟକ ପରିବେଷଣ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା।ଏହି ଉତ୍ସବକୁ ପୋତକ ରାଧାକୃଷ୍ଣ ଡ଼୍ୟାମାଟିକ୍ କ୍ଲବର ସମସ୍ତ ସଦସ୍ୟମାନଙ୍କ ସହିତ ପୋତକ ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
7