ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ସୂରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ

ରାୟଗଡ଼ା, 12/11/2025, ଉତ୍କଳ voice news - utkalvoicenews.com ( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ ପଞ୍ଚାୟତ ସମିତି ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ ହୋଇଯାଇଅଛି।
Article Image
ବୁଧବାର ଦିନ ବାଲ୍ଯ ବିବାହ ଏବଂ ମଙ୍ଗଳବାର ଦିନ ଶିଶୁ ସୁଲଭ ପଞ୍ଚାୟତ ପ୍ରସ୍ତୁତି ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ମହିଳା ଓ ଶିଶୁ ବିକାଶ ବିଭାଗର ସଦର ସୁପରଭାଇଜର ନଳିନୀ ବେରାଗୀ, ଜିପିଡିଓ ତଥା ନୋଡାଲ ଅଧିକାରୀ ସ୍ମୃତିରେଖା ନାୟକ, ବୈଷୟିକ ସଞ୍ଜୋଜକ ଯୋଗେନ୍ଦ୍ର ନାୟକ, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ବିପିଏମ ଯସ୍ମିନ ମୁଟିକା ପ୍ରମୁଖ ଉପସ୍ଥିତ ରହି କର୍ମଶାଳାରେ ସଚେତନ କରିଥିଲେ। ଶିଶୁଙ୍କୁ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ସହ ସୁସ୍ଥ ରହିବା ପା ଇଁ ନିର୍ଦ୍ଧାରିତ ବୟସର ପରେ ବିବାହ ସୁନିଶ୍ଚିତ କରିବା ଏହାର ମୁଖ୍ଯ ଉଦ୍ଦେଶ୍ଯ। ଶିଶୁ ଅଧିକାର ଆଇନ ଏବଂ ବାଲ୍ଯ ବିବାହ ନିରୋଧ ଆଇନ ବିଷୟରେ ଅବଗତ କରିବା ସହ ବାଲ୍ଯ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ପ୍ରସ୍ତୁତି ନିମନ୍ତେ କାର୍ଯ୍ଯପନ୍ଥା ବିଷୟରେ ଆଲୋଚନା ହୋଇଥିଲା ।ମହିଳା ସୁରକ୍ଷା 181, ଶିଶୁ 1098 ଟୋଲ ଫ୍ରି ନମ୍ବର ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଭୂମିକା ଆଲୋଚନାର ବିଷୟଭୁକ୍ତ ଥିଲା । ଗ୍ରାମାଞ୍ଚଳରେ ସଚେତନତାର ଅଭାବରୁ ବାଲ୍ଯ ବିବାହ ବୃଦ୍ଧି ପାଉଥିବାରୁ ଜିଲ୍ଲା କୁ ବାଲ୍ଯ ବିବାହ ମୁକ୍ତ ଘୋଷଣା କରିବା ନିମନ୍ତେ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି ।
Article Image
ପ୍ରତି ଗ୍ରାମ ଓ ଗ୍ରାମ ପଞ୍ଚାୟତ ସ୍ତରରେ କମିଟି ମାନ ଗଠନ କରି ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ହେବ । ରାଲି ମାନ ଆୟୋଜନ କରି ବ୍ୟାପକ ସଚେତନ କରିବାକୁ ହେବ । କିଶୋରୀ ବାଳିକାଙ୍କ ଶୋଷଣ, ଘରୋଇ ହିଂସା ଆଦି ରୋକିବା ନିମନ୍ତେ ଜୁଭେନାଇଲ ଆଇନ, ୱାନ ଷ୍ଟପ ସେଣ୍ଟର ର ବ୍ୟବହାର, ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ଆଲୋଚନା ହୋଇଥିଲା ।
Article Image
ଶିଶୁର ବଞ୍ଚିବା, ଶିକ୍ଷା, ସୁରକ୍ଷା, ସହଭାଗିତା,ଅଂଶଗ୍ରହଣ ଆଦିର ଅଧିକାର ସୁନିଶ୍ଚିତ କରିବା ସହ ମହିଳା ଓ ଶିଶୁ ବିକାଶ ଯୋଜନା ମାଁ ଓ ଶିଶୁଙ୍କ ମୃତ୍ଯୁ ହାର କମାଇବା, ଉତ୍ତମ ସ୍ବାସ୍ଥ୍ୟସେବା, ଶିଶୁକନ୍ୟା ଓ ଭୃଣହତ୍ୟା ବନ୍ଦ, ଲିଙ୍ଗଗତ ଭେଦଭାବ, ଯୌତୁକ ପ୍ରଥା, ବାଲ୍ଯ ବିବାହ, ଘରୋଇ ହିଂସା, ପୁଷ୍ଟିହୀନତା ଦୂରକରି ଟୀକାକରଣ, ଶିକ୍ଷା ଆଦି ବିଷୟମାନ ଆଲୋଚନା ପରିସରଭୁକ୍ତ ଥିଲା । ଏଥିରେ ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସିଆରସିସି, ସିଆରପି, ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।
14