ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସମ୍ମୁଖରେ ଧାରଣା ଦେଲେ ବରିଷ୍ଠ ନାଗରିକ ଗଣ

ଏରସମା, 13/11/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ବ୍ଲକ ପ୍ରଶାସନ ର ଅବହେଳା ଓ ଅବମାନନା ଯୋଗୁଁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସମ୍ମୁଖରେ ଧାରଣା ରେ ବସିଲେ ବରିଷ୍ଠ ନାଗରିକ ଗଣ।ବାରମ୍ବାର ଗୀର୍ଭାନ୍ସ ରେ ଦେଲା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି।ବ୍ଲକର ନାକ ତଳେ ଥିବା ଏରସମା ବ୍ଲକଛକ ରୁ ସିହା ଯାଇଥିବା R D road ଟି ସମ୍ପୂର୍ଣ୍ଣ ଖରାପ ହୋଇଅଛି। ଏହି ରାସ୍ତା ଟି ବଜାର ର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକ ବ୍ଲକ, କୋଟ, ତହସିଲ୍,ଥାନା କୁ ଯିବା ଆସିବା କରିଥାନ୍ତି ।ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।ଖାଲି ଏତିକି ନୁହେଁ ଏରସମା ଠାରୁ କାଣିପଦା R D ରାସ୍ତା ଟି ମଧ୍ୟ ସେହିପରି ଅବସ୍ଥାରେ। ପାଞ୍ଚ, ସାତ ଖଣ୍ଡି ଗ୍ରାମର ଲୋକମାନେ ଯାତାୟାତ କରନ୍ତି। ଦେଶ ସ୍ୱାଧୀନତା ର ୭୫ ବର୍ଷ ରେ ଯଦି ଏରସମା ବ୍ଲକ ହେଡ କ୍ୱାର୍ଟର ର ମୁଖ୍ୟ ରାସ୍ତା ଏ ଭଳି ଅବସ୍ଥା ତାହେଲେ ଅନ୍ୟ ଗାଁ ଗଣ୍ଡା ରାସ୍ତା କଥା କଣ କହିବା ? ଏହି ସମସ୍ୟା ନେଇ ଆଜି ୮୦ ବୟସର ବରିଷ୍ଠ ନାଗରିକ ମାନେ ବ୍ଲକ୍ ସମ୍ମୁଖରେ ଧାରଣା ଦେଉଛନ୍ତି ।କିନ୍ତୁ ବି ଡ଼ି ଓ ନଦେଖିଲା ପରି ବାହାନା କରି କାମ ଅଛି ବୋଲି କହି ପଛପଟେ ଗେଟ୍ ଦେଇ ଚାଲିଗଲେ। ଏ ହେଉଛି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ପ୍ରଶାସନର ସମ୍ମାନ।
Article Image
107