ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ବନାଞ୍ଚଳରେ କୃଷ୍ଣସାର ମୃଗ ସଂଖ୍ୟା ୨୭୬୪

ବୁଗୁଡା, 29/01/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜି ବନାଞ୍ଚଳର ବିଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଗତ ଥର ତୁଳନାରେ ଏହା ବୃଦ୍ଧି ପାଇ ୨୭୬୪ରେ ପହଞ୍ଚିଛି। ଗତ ବର୍ଷ ଗଣନା ବେଳେ ଅଣ୍ଡିରା ମୃଗ ୫୨୪ଟି , ମାଈ ମୃଗ ୧୩୩୬ଟି ଓ ଛୁଆ ୩୫୨ଟି ଏପରି ମୋଟ ୨୨୧୨ଟି ରହିଥିଲା । ତେବେ ଚଳିତ ବର୍ଷ ଗଣନାରେ ଏଥିରେ ବୃଦ୍ଧି ପାଇ ଅଣ୍ଡିରା ୫୩୨ , ମାଈ ୧୬୨୩ ଓ ଛୁଆ ୬୦୯ ହିସାବରେ ମୋଟ ୨୭୬୪ଟି କୃଷ୍ଣସାର ମୃଗ ଥିବା ଜଣାପଡ଼ିଛି। ଅର୍ଥାତ୍ ଗତ ବର୍ଷ ତୁଳନାରେ ଏ ବର୍ଷ ୫୫୨ଟି ମୃଗ ବୃଦ୍ଧି ପାଇଛି। ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ୨୮ଟି ୟୁନିଟ୍ ଗଠନ କରାଯାଇଥିଲା ବେଳେ ଏଥିରେ ୭୭ ଜଣ ବନ କର୍ମଚାରୀ ନିୟୋଜିତ ଥିଲେ । ଏହି ଗଣନା କାର୍ଯ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଓ ଏସିଏଫ୍ ପ୍ରଦୀପ ବେହେରା ଉକ୍ତ ଗଣନା କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ।
1