ଏରସମା / ଚଟୁଆ, 14/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଭାରତର ପ୍ରଥମପୃବତନ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଥମେ ଭାରତ ବର୍ଷରେ ସମବାୟ ସଂସ୍ଥାକୁ ଆଣିଥିଲେ। ଜବାହରଲାଲ ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସ ଦିନ ସମବାୟ ସପ୍ତାହ ପାଳନ କରାଯାଇଥାଏ, ଏହାର ମୁଖ୍ୟ ଲକ୍ଷ୍ୟ ରାଜ୍ୟରେ ସମବାୟର ସାଫଲ୍ୟକୁ ପ୍ରକାଶ କରିବା,ଅତିଥି ତ୍ରୁଟି ବିଚ୍ୟୁତିଗୁଡିକର ଆତ୍ମ ସମୀକ୍ଷା କରିବା, ଭବିଷ୍ୟତ ଯୋଜନାର ରୂପରେଖା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା , ସମବାୟ ଆନ୍ଦୋଳନରେ ଜନସାଧାରଣଙ୍କୁ ଅଧିକରୁ ଅଧିକ ସଂପୃକ୍ତ କରାଇ ଏହି ଆନ୍ଦୋଳନ ପ୍ରତି ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ହେଉଛି ସମବାୟ ସମିତି ସପ୍ତାହ ପାଳନର ମୁଖ୍ୟ ଆଭିମୁଖ୍ୟ। ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୭ଦିନ ପର୍ଯ୍ୟନ୍ତ ପାଳନ କରାଯିବ। ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ସମବାୟ ସମିତିରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ହୋଇଯାଇଛି। ଚଟୁଆ ସମବାୟ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତି ସମବାୟ ସମିତିର ପତ୍ତକା ଉତ୍ତୋଳନ କରିଥିଲେ। ଚଟୁଆ ସମବାୟ ସମିତିର ଉପ ସଭାପତି କନକଲତା ପରିଡ଼ା, ପୂର୍ବତନ ସଭାପତି ବିଭୂତି ଭୂଷଣ ମିଶ୍ର, ଗୈlରହରି ପାତ୍ର, ଅଜୟ ସ୍ୱାଇଁ, ଅଜୟ କୁମାର ମଲ୍ଲ,ଶରତ ଚନ୍ଦ୍ର ସ୍ୱାଇଁ, ଗଣେଶ ରାଉତ, ବିଦୁଲତା ପାଣି, ଲକ୍ଷ୍ମୀ ସ୍ୱାଇଁ, ସୁଧାକର ସ୍ୱାଇଁ, ସୁଭଦର୍ଶିନୀ ସ୍ୱାଇଁ,ସନ୍ଦିପ୍ ସ୍ୱlଇଁ ,ଅଭୟ ସ୍ୱlଇଁଙ୍କ ସମେତ ସମସ୍ତ ବୋର୍ଡ ମେମ୍ବର ଉପସ୍ଥିତ ଥିଲେ। ସମବାୟ ସମିତିର ସଂପାଦକ ରମାକାନ୍ତ ସ୍ୱlଇଁ ଉତ୍ସବ ପରିଚାଳନା କରିଥିଲେ।ସେହିପରି ବାଲିତୁଠ ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି,ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ନବଘନ ମଲ୍ଲ,ଚିନ୍ମୟ ସ୍ୱାଇଁ ପତକା ଉତ୍ତୋଳନ କରି ସମବାୟ ସପ୍ତାହ ପାଳନ କରିଥିଲେ।
