ଏରସମା, 14/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ କୁଞ୍ଜ କୋଠି ପଞ୍ଚାୟତ ଅନ୍ତର୍ଗତ ନୂଆରତ୍ନପୁର ସ୍ଥିତ କରୁଣାକର ସଂସ୍କୃତ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଆୟୋଜିତ ଆଜିର ଉତ୍ସବରେ କରୁଣାକର ସଂସ୍କୃତ ବିଦ୍ୟାଳୟ, ଜୟଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆରତ୍ନପୁରର ୬ ଜଣ କ୍ରୃତ୍ତି ଶିକ୍ଷକ ପ୍ରଧାନ ପଣ୍ଡିତ ମାଗୁ ଚରଣ ଜେନା,ପଣ୍ଡିତ ବନବିହାରୀ ନାୟକ,ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସାହୁ,ଦେବେନ୍ଦ୍ର ଖୁଣ୍ଟିଆ, ସହକାରୀ ଶିକ୍ଷକ କିଶୋର ସାହୁ ଓ କେଳୁଚରଣ ଲେଙ୍କାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ସଂସ୍କୃତ ବିଦ୍ୟାଳୟ ସହକାରୀ ଶିକ୍ଷକ ମାନସ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ମୁଖ୍ୟ ଅତିଥି,ସିଡିପିଓ କ୍ରିଷ୍ଣା କୁମାରୀ ରାଉତ ମୁଖ୍ୟ ବକ୍ତା ଓ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ସମ୍ପାଦକ ଅଜୟ ପତି, ଉପସଭାପତି ହରେକୃଷ୍ଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ମାନଙ୍କର ଦୀର୍ଘ ଶିକ୍ଷକତା ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖିରୋଦ ପରିଡା, ଜ୍ୟୋସ୍ନାରାଣୀ ସ୍ଵାଇଁ, ନିରଞ୍ଜନ ପରିଡା, ମଦନମୋହନ ଖଣ୍ଡା, ସିଦ୍ଧେଶ୍ୱର ପଣ୍ଡା, ହରେକୃଷ୍ଣ ପାଣିଗ୍ରାହୀ,ଦିଲ୍ଲିପ ପ୍ରଧାନ ଓ ତପନ ସ୍ଵାଇଁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ମାନଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।ଶିକ୍ଷକ ଦୀପକ ସ୍ଵାଇଁ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସି ଆର୍ ସି ସି ନିହାର ରଞ୍ଜନ ଜେନା ମଞ୍ଚ ସଂଯୋଜନା କରିଥିଲେ। ତିନି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସବ ପରିଚାଳନା କରିଥିଲେ।