ଏରସମା, 14/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ,ମଠସାହି, ଏବଂ ମଝିସାହି ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଶିଶୁଦିବସ ମହା ସମା ରୋହରେ ପାଳନ କରାଯାଇଛି।ଏଥିରେ ଅଭୟଚାନ୍ଦପୁରୁ ଥାନାର ଆଇଆଇସି ସମୀର କୁମାର ରାଉତ ନୂଆଗାଁ ର ସରପଞ୍ଚ ସାର,ପୂର୍ବତନ ସରପଞ୍ଚ ସାର,ପ୍ରଥମ ଓଡ଼ିଶା ର ମଳୟ ସାର,ତିନି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଯୋଗ ଦେଇଥିବା ବେଳେ,ଏଵଂ ସମସ୍ତ ଅଭିଭାବକ ମାନେ ଯୋଗ ଦେଇଥିଲେ।ମା ଏବଂ ପିଲାମାନଙ୍କ ଦ୍ଵାରା କିଛି ପ୍ରତିଯୋଗିତା କାର୍ଯ୍ୟକ୍ରମ କରା ଯାଇଥିଲା। ଯଥା - ଡ୍ରଇଂ,ରଚନା,ନାଚ,ଗୀତ, ଇତ୍ୟାଦି ।ଏହି ପ୍ରତିଯୋଗିତା ରେ କୃତି ମାଆ ଏବଂ ପିଲାମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା।ଏଥିରେ ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରୁଥିବା ବେଳେ , ହେମନ୍ତ କୁମାର ପ୍ରଧାନ ,ପ୍ରିୟବ୍ରତ ନାୟକ,ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼ ସହଯୋଗ କରିଥିଲେ।