ଜଗତସିଂହପୁର, 14/11/2025, ଉତ୍କଳ voice news - utkalvoicenews.com(ସରୋଜ ନାୟକ ଙ୍କ ରିପୋର୍ଟ ) :
ଅନୁକୂଳ ମାନସିକତା ରେ ଶ୍ରୀକ୍ଷେତ୍ର,
ଓ ମନ୍ଦିର ପ୍ରଶାସନ |
ଶ୍ରୀମନ୍ଦିର ରେ ଦୀର୍ଘ ଦିନ ଧରି ବିଲୁପ୍ତ ହୋଇଯାଇଥିବା,ପଢୁଆଁ ଅଷ୍ଟମୀ ପରମ୍ପରା,2019ଠାରୁ ପୁନଃ ପ୍ରଚଳନହୋଇଛି |ଏ ବର୍ଷ ପୂର୍ବ ବର୍ଷ ଠାରୁ ଅଧିକ ଭକ୍ତ ଅଂଶ ଗ୍ରହଣ କରିଥିଲେ,|ଉତ୍କଳୀୟ ପରମ୍ପରାଅନୁଯାଇ, ଭାର ସାମଗ୍ରୀଓ ରତ୍ନ ବେଦିରେ ବିଜେ ଦିଅଁ ମାନଙ୍କ ପାଇଁ ଖଣ୍ଡୁଆ ପାଟ ଯାଇଥିଲା |ପ୍ରାଚୀନ ସମର କଳା, ପ୍ରାଚୀନ ଲୋକନୃତ୍ୟ, ଘଣ୍ଟ, ଢୋଲ, ମହୁରୀ,

ହଜାର ହଜାର ସଂକୀର୍ତନକାରୀଙ୍କ ଶୋଭାଯାତ୍ରାରେ, ବଡଦାଣ୍ଡ ପରିପୂର୍ଣ ହୋଇଯାଇଥିଲା |ଚଳିତ ବର୍ଷ ଜଗତସିଂହପୁର ରୁ ଗୁମୁଟଲଷ୍ମୀଙ୍କ ପାଇଁ ଶାଢ଼ୀ, ମହାଲଷ୍ମୀ ଙ୍କ ପାଇଁ ପାଟ, ଅରୁଣ ସ୍ତମ୍ବ ପାଇଁ ଘାଗରା, ଶ୍ରୀମନ୍ଦିର ବୃନ୍ଦାବତୀ ପାଇଁ ଘାଗରା ଦିଆଯାଇଛି|ପୂର୍ବରୁ ନୀଳ ଚକ୍ର ପାଇଁ ବଡ ନେତ ପ୍ରଦାନ କରାଯାଉଛି|ଯାଦବ ସଂଘ ତରଫରୁ ଏକ ଲକ୍ଷ ଆରିସା ପିଠା, ବଡଦାଣ୍ଡ ରେ ବଣ୍ଟା ଯାଇଛ |ପଢୁଆଁ ଅଷ୍ଟମୀ କୁ ଶ୍ରୀ ମନ୍ଦିର ପରିଚାଳନା କମିଟି ସଭ୍ୟ ତଥା ସେବାୟତ ବିନାୟକ ଦାସ ମହାପାତ୍ର, କୋଠ ଭୋଗ ମଠ ର ପ୍ରଶାନ୍ତ ଦେବ ଗୋସ୍ବାମି, ରାମକୃଷ୍ଣ ମହାପାତ୍ର, ସ୍ୱାଗତ କରିଛନ୍ତି| ପଢୁଆଁ ଅଷ୍ଟମୀ କୁ ଶ୍ରୀ ମନ୍ଦିର ସତ୍ୱ ଲିପି ରେ ସ୍ଥାନିତ କରି ନୀତିକାନ୍ତିରେ ଆନ୍ତର୍ଭୁକ୍ତ କରିବା ପାଇ, ଏକ ଲିଖିତ ଦରଖାସ୍ତ, ମନ୍ଦିର ପ୍ରଶାସନକୁ ଦିଆଯାଇଛି |ନିଆଳି ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଡକ୍ଟର ଧୃତିଧର ଦାସ, ସରୋଜ ନାୟକ, ନ୍ୟାୟବ୍ରତ ରାଉତ, ଆଡ଼ଭୋକେଟ ଆଲୋକ ମହାନ୍ତି, ଜଇରାମ ବାରିକ
ମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ସାକ୍ଷାତ କରିଥିଲେ |