ପାରାଦୀପ ଗଡ , 14/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
କୁଜଙ୍ଗ ତାଲୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ ପାରାଦୀପ ଗଡ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ରେ ଶିଶୁ ଦିବସ ପାଳନ କରା ଯାଇଛି l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମାନ୍ୟବର ଶ୍ରୀଯୁକ୍ତ ଦିପ୍ତି ପ୍ରକାଶ ବ୍ରହ୍ମା, ସମ୍ମାନିତ ଅତିଥି ଭାବେ ସିଭିଲ୍ ଜଜ (ସିନିୟର୍ ଡିଭିଜନ) ମାନ୍ୟବର ଶ୍ରୀଯୁକ୍ତ ଅଭିଳାଷ ଚୌଧୁରୀ, ସିଭିଲ୍ ଜଜ (ଜୁନିଅର୍ ଡିଭିଜନ) ମାନ୍ୟବର ଶ୍ରୀଯୁକ୍ତ ବିଶ୍ବଭୂଷଣ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ରାଜେଶ ମିଶ୍ର ଓ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଗୁରୁ ଦିବସ ସମ୍ପର୍କରେ ବକ୍ତଵ୍ୟ ରଖିବା ସହିତ କୁନି କୁନି ପିଲା ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଶିକ୍ଷାଶ୍ରମ ର ଛାତ୍ର, ଛାତ୍ରୀ ମାନେ ଜଜ୍ ମାନଙ୍କୁ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ମାନ ପଚାରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରମୋଦ ବେହେରା, ସି.ଡବୁଲ୍.ସି. ଚେୟାର ମ୍ୟାନ୍, ଶିକ୍ଷାଶ୍ରମ ର ଅଧକ୍ଷ ଦିଲ୍ଲିପ କୁମାର ଗୋଛାୟତ, ରତିକାନ୍ତ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ l