କୁଜଙ୍ଗ / ବୋରିକ, 14/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ ) :

ପବିତ୍ର ଶିଶୁ ଦିବସ ଅବସରରେ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଦ୍ୱାରା ବୋରିକ ସ୍ଥିତ ଜଗନ୍ନାଥ ମଠ ପ୍ରାଙ୍ଗଣରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇ ନୂତନ ପ୍ରୋଗ୍ରାମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କୁଜଙ୍ଗ ବ୍ଲକର ଏବିଇଓ ଶ୍ରୀ ମନୋରଞ୍ଜନମଙ୍ଗରାଜ ସାର୍ ଫିତା କାଟି ଏହାର ସଫଳତା କାମନା କରିଥିଲେ । କୁଜଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏଫ ଏଲ ଏନ କାର୍ଯ୍ୟକ୍ରମ ଅଧୀନରେ ମାଆ, ଅଭିଭାବକ, ଅଭିଭାବିକା ଓ ସ୍ବେଚ୍ଛାସେବୀମାନଙ୍କୁ ପିଲାଙ୍କ ଶିକ୍ଷାରେ ସକ୍ରିୟଭାବେ ଜଡିତ କରି ଏନଇପି–୨୦୨୦ ର ଲକ୍ଷ୍ୟ ପୂରଣରେ ସରକାରୀ ଶିକ୍ଷକମାନଙ୍କୁ ଭଲଭାବେ ସହଯୋଗ କରାଯାଉଛି ।
ଏହି ପ୍ରୟାସରେ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଅଗ୍ରଣୀ ଭୂମିକା ନିଭାଉଛି । । କାର୍ଯ୍ୟକ୍ରମରେ ଏବିଇଓ ଶ୍ରୀ ମଙ୍ଗରାଜ ସାର୍, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ, ବୋରିକ ସରପଞ୍ଚଙ୍କ ପ୍ରତିନିଧି କିଶୋର କୁମାର୍ ବେଉରା, ସିଆରସିସି ଶ୍ରୀ ଲଳିତ କୁମାର ସେଠୀ, ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିବୃନ୍ଦ ଉପସ୍ଥିତ ହୋଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀତାରେ କୃତୀ ମାଆ ଓ ପିଲାମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର, ପ୍ରଦାନ କରାଯାଇଥିଲା । ପ୍ରଥମ ଏଜୁକେଶନ ଫାଉଣ୍ଡେସନର କାର୍ଯ୍ୟକ୍ରମ ମୁଖ୍ୟା ମନାସିନୀ ବେହେରାଙ୍କ ତତ୍ତ୍ୱାବଧାନରେ, ଜିଲ୍ଲା ସଂଯୋଜକ ବିଶ୍ବରଂଜନ ସ୍ୱାଇଁ ଓ ସଂଯୋଜିକା ଶକୁନ୍ତଳା ମହଲାଙ୍କ ନେତୃତ୍ୱରେ ଗୌତମ ପାଗଡ, ସୁବାସ କୁମାର ବେହେରା, ପ୍ରଦ୍ୟୁମ୍ନ ଦାସ, ବନପ୍ରିୟା ସାସମଲ, ବେବିନା ଲେଙ୍କା, ମନିଷା ବେହୁରା, ପ୍ରିୟଙ୍କା ପାଣି ଆଦି ଟିମ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ ।

