ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ

ରାୟଗଡ଼ା, 14/11/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଗୋଟିଏ ଦିନରେ ୨୯୫ ଜଣ ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ
Article Image
ଚିହ୍ନଟ ହୋଇଥିଲେ ୧୭୯୨୪ ଜଣ
Article Image
ଜିଲ୍ଲାସ୍ତରୀୟ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଶୁକ୍ରବାର ଦିନ କୁମ୍ଭିକୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ଅହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା । ପ୍ରାରମ୍ଭରେ ଏକ ବିଶାଳ ରାଲି କୁମ୍ଭିକୋଟା ଗ୍ରାମ ପଞ୍ଚାୟତ ସଦର ମହକୁମାର ପ୍ରତ୍ୟେକ ସାହି ବୁଲି ଅଧାରୁ ପାଠ ଛାଡିଥିବା ଶିଶୁଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ଫେରାଇ ଆଣିବାକୁ ସ୍ଲୋଗାନ ଓ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଯାଇଥିଲା। ଶହ ଶହ ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ବ୍ଲକରୁ ଆସିଥିବା ଏବିଇଓ, ସିଆରସିସି, ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି ରାଲିରେ ସାମିଲ ହୋଇଥିଲେ । ପରେ କୁମ୍ଭିକୋଟା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାଶିକ୍ଷାଧୀକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, କାଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ଉମର ସିଂ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରକାଶ କୁମାର ନାୟକ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇଶ୍ବର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁଦିବସ ପାଳନ ପୁର୍ବକ ପଣ୍ଡିତ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା । ଅତିଥିବୃନ୍ଦ ଉକ୍ତ ଦିବସର ମହତ୍ଵ ବଖାଣିବା ସହ ଆସ ସ୍କୁଲ ଯିବା ଅଭିଯାନର ଉଦ୍ଦେଶ୍ଯ ବିଷୟରେ ଆଲୋଚନା କରିଥିଲେ । ଅଧାରୁ ପାଠ ଛାଡୁଥିବା,ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବା ନିମନ୍ତେ ଏହି ଅଭିଯାନର ମୂଖ୍ଯ ଉଦ୍ଦେଶ୍ଯ ବୋଲି ଅତିଥିବୃନ୍ଦ କହିଥିଲେ । ପ୍ରକାଶ ଥାଉକି, ସ୍କୁଲ ବାହାରେ ଥିବା ଶିଶୁଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାରେ ଗୃହ ପରିଦର୍ଶନ ସର୍ଭେକ୍ଷଣ କରାଯାଇ ମୋଟ ଶତର ହଜାର ନଅ ଶହ ଚବିଶି ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ଯରୁ ଚାରି ହଜାର ଆଠଶହ ଏଗାର ଜଣଙ୍କୁ ବିଭିନ୍ନ ବିଦ୍ୟାଳୟ ତଥା ମୁକ୍ତ ବିଦ୍ୟାଳୟରେ ନାମଲେଖାଇ ମୁଖ୍ଯ ସ୍ରୋତକୁ ଅଣାଯାଇଛି । ଶୁକ୍ରବାର ଏକଦିନରେ ଏଗାର ଗୋଟି ବ୍ଲକରେ ମୋଟ ଦୁଇଶହ ପଞ୍ଚାନବେ ଜଣଙ୍କୁ ବିଦ୍ୟାଳୟ ତଥା ମୁକ୍ତ ବିଦ୍ୟାଳୟରେ ନାମ ଲେଖା ଯାଇଥିବା ଏଡିଇଓ ଭଜନଲାଲ ମାଝୀ କହିଛନ୍ତି । କୁମ୍ଭିକୋଟା ଠାରେ ଅଠାଅଶି ସମେତ ରାୟଗଡ଼ ବ୍ଲକରେ ଏକଶହ ଚବିଶି, ବିଷମକଟକରେ ତିରିଶି, ଚନ୍ଦ୍ରପୁର ପନ୍ଦର, ଗୁଡାରୀ ରେ ଦଶ, ଗୁଣୁପୁରରୁ ଶୋହଳ, କଲ୍ୟାଣ ସିଂହପୁର ତିରିଶି, କାଶିପୁର ରେ ବାର, କୋଲନରା ଅଣତିରିଶି ଓ ରାମନାଗୁଡା ପନ୍ଦର ଜଣ ଶିଶୁ ନାମ ଲେଖାଇଛନ୍ତି ।
Article Image
ଏହା ଏକ ସାମୁହିକ ଦାୟିତ୍ବ । ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ ଦିଗରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ବପୂର୍ଣ୍ଣ। ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ଆସିଲେ ହିଁ ଏହା ପୂରଣ ହେବ । ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଗୋଷ୍ଠି ଓ ଅଭିଭାବକଙ୍କ ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପରିଚାଳନା କରିଥିଲେ। ସମଗ୍ର ଶିକ୍ଷା କାର୍ଯ୍ଯାଳୟର କର୍ମକର୍ତ୍ତା, ଏବିଇଓ ଛବିଲାଲ ସିଂ, ବଳରାମ ହୁଇକା , ପବିତ୍ର ମୋହନ ନାୟକ , କୁମ୍ଭିକୋଟା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ଓ ସ୍ଥାନିୟ ଶିକ୍ଷକ ସହଯୋଗ କରିଥିଲେ ।
Article Image
7