ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରକାରୀ ଯାତ୍ରୀବାହୀ ଯାନରେ ବରପୁତ୍ରଙ୍କ ପ୍ରତିଛବି

କୁଜଙ୍ଗ , 15/11/2025, ଉତ୍କଳ voice news - utkalvoicenews.comରହୁ : ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନ
Article Image
( ପାରାଦ୍ଵୀପ , କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ରାଜ୍ଯରେ ଚଳାଚଳ କରୁଥିବା ଯାତ୍ରୀବାହୀ ଯାନ ବାହାନ ମାନଙ୍କରେ ଜାତିର ବରପୁତ୍ର ମାନଙ୍କ ପ୍ରତିଛବି ସ୍ଥାନ ପାଇ ପାରିଲେ ଏହା ଓଡିଆଙ୍କ ଭିତରେ ଜାତୀୟତାକୁ ଅଧିକ ଜାଗ୍ରତ କରି ପାରିବ ବୋଲି କୁଜଙ୍ଗ ଅଞ୍ଚଳର ବରିଷ୍ଠ ସାମ୍ୱାଦିକ ବିଚିତ୍ରାନନ୍ଦ ପ୍ରଧାନ ଦାବୀ କରିଛନ୍ତି।ସହରଠୁ ଆରମ୍ଭ କରି ପୁରପଲ୍ଲୀରେ 'ମୋ ବସ' ଓ 'ଆମ ବସ୍ ' ଲକ୍ଷ୍ମୀବସ ସମେତ ପରିବହନ ବିଭାଗ ପରିଚାଳିତ ଶହଶହ ଯାତ୍ରୀବାହୀ ଯାନ ବାହାନ ମାନଙ୍କରେ ବ୍ଯବସାୟୀକ ବିଜ୍ଞାପନ,ସରକାରଙ୍କ ଜନ କଲ୍ଯାଣ ଯୋଜନା ପୋଷ୍ଟର ଆଦି ବଦଳରେ ସାହିତ୍ଯ,ଶିକ୍ଷା,ସଂସ୍କୃତି,କଳା,ଭାଷାଅର୍ଥନୀତି,ବିଜ୍ଞାନ,ସମାଜସେବା,ଭାର ତୀୟ ମୁକ୍ତି ସଂଗ୍ରାମ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସ୍ବର୍ଗତ ମହାମାନବଙ୍କ ପ୍ରତିଛବି ସ୍ଥାନ ପାଇବା ସହ କାଳଜୟୀ କବିତାରୁ ସ୍ବଳ୍ପ ଧାଡି ଉଲ୍ଲେଖ କରା ଯାଇ ପାରିଲେ ଏହା ଅଗଣିତ ଛାତ୍ର-ଛାତ୍ରୀ ତଥା ଆଗାମୀ ପୀଢିଙ୍କୁ ଜାତି ପ୍ରେମରେ ଉଦବୋଧିତ କରିବା ସହିତ ମା" ମାଟି,ମାତୃଭାଷା ପ୍ରତି ନିବିଡ ଭଲପାଇବାର ରଜ୍ଜୁରେ ବାନ୍ଧି ପାରିବ ବୋଲି ଶ୍ରୀ ପ୍ରଧାନ ମୁଖ୍ଯମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
7