ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଶୁତୋଷ(ମିଟନ)ର ସଦଗତି ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ.

କୁଜଙ୍ଗ , 15/11/2025, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ବଗଦିଆ ପଞ୍ଚାୟତର କୋଠିଆସାହିରେ ମନୋଜ ପରିଜାଙ୍କ ପୁତ୍ର ଆଶୁତୋଷ (ମିଟନ)ର ସଦଗତି ପାଇଁ ଶ୍ରୀମଦ ଭାଗବତ ପାରାୟଣ ଓ ଶ୍ରୀରାମ ଚରିତ ମାନସ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ପରିବାର ସଦସ୍ୟ, ପ୍ରିୟ ପରିଜନ‌ ଏବଂ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନସରେ ଉପସ୍ଥିତ ରହି ଆଶୁତୋଷ ଅମର ଆତ୍ମାର ସଦଗତି କାମନା କରିବା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନୂଆଗାଁ ମହାବୀର ପୀଠର ପୀଠାଧୀଶ ବାବା ରାଜୀବ ଦାସ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ମାନସ କାର୍ଯ୍ୟକ୍ରମକୁ ମହିମାନ୍ବିତ କରିଥିଲେ। ପରିଜା ପରିବାର ପକ୍ଷରୁ ମାନସକୁ ଆସିଥିବା ସମସ୍ତ ସଜ୍ଜନଙ୍କୁ ଭୋଜି ଭାତରେ ଆପ୍ୟାୟିତ କରାଯାଇଥିଲା। ସୂଚନା T. V ର ପ୍ରତିନିଧି ଜଗନ୍ନାଥ ପ୍ରସାଦ ସାହୁ,ରାହାମା ପ୍ରେସ କ୍ଲବର ସଂପାଦକ ଶ୍ରୀ ପ୍ରମୋଦ ମଲ୍ଲିକ,ମୁଖ୍ୟ ଉପଦେଷ୍ଟା ନୃସିଂହ ଚରଣ ବାରିକ,, ରଞ୍ଜିତ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଶୁତୋଷଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
15