ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ଅନୁଷ୍ଠିତ

ରାୟଗଡ଼ା, 15/11/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମୋହକୁମା ସ୍ଥିତ ମଣ୍ଡଳ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା କାଶୀପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ବିଜୟ କୁମାର ସୋଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡା ଜିଲ୍ଲାପରିସଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,ସମ୍ମାନୀତ ଅତିଥିଭାବେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ,ଉପାଧ୍ୟକ୍ଷ କୁନି କୁମାରୀ ନାଏକ,ରାୟଗଡା ବିଧାୟକଙ୍କ ପ୍ରତିନିଧି ଭିବେ ଝିଜୁରୁ ମାଝୀ ପ୍ରମୁଖ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ରାୟଗଡା ଜିଲ୍ଲା ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସାଅଧିକାରି ଡାଃ ମୃନମୟ କୁମାର ପଣ୍ଡା ଯୋଗଦେଇ ମେଳାର ଉଦେଶ୍ୟ ସମ୍ପର୍କରେ ପ୍ରକାସ କରିଥିଲେ।ସଚେତନତା ନିମନ୍ତେ ମତ୍ସ୍ୟ ଓ ପ୍ରଣିସମ୍ପଦ ଏବଂ ଅନ୍ୟାନ୍ୟ ବିଭାଗପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟୋଲ ଖୋଲାଯାଇଥିଲା।ଅତିଥିମାନେ ଏହାକ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଏବଂ ବିଭାଗିୟ ଅଧିକାରୀ ମାନେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପ‌ଯୋଗୀ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ବନ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କାଶୀପୁର କୃଷି ଅଧିକାରି ନିରଜ୍ଜଂନ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗିୟ କର୍ମଚାରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
6