ରାୟଗଡ଼ା, 15/11/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଣ୍ଡିରାକଞ୍ଚ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଅଣ୍ଡିରାକଞ୍ଚ ଥାନା ଅଧିକାରୀ ବିନ୍ଦୁଲତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଆଇ ଅରୁଣ କୁମାର ପାତ୍ର,ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।ମୋବାଇଲ ଦ୍ବାରା ସାଇବର ଠକେଇ ବୃଦ୍ଧି ହେଉଥିବା ବେଳେ ଅଜଣା ଫୋନ୍ କଲକୁ ଗ୍ରହଣ ନ କରିବା, ହ୍ବାଟ୍ସଆପ୍କୁ ଆସୁଥିବା ଅଜଣା ଲିଙ୍କକୁ ନ ଖୋଲିବା, ଏଟିଏମ୍ କାର୍ଡ ନଂ ଆଦି ଅଜଣା ବ୍ୟକ୍ତିଙ୍କୁ ନ ଦେବା ଏବଂ ବିଶେଷ କରି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ କାହାକୁ ନ ଦେବାକୁୁ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ଏନେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ନାଚ ଗିତ ମାଧ୍ୟମରେ ସଚେତନତା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରି ଏବଂ ଅଣ୍ଡିରାକଞ୍ଚ ଥାନା କର୍ମଚାରି ମାନଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା।