ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ଉତ୍ପନ୍ନ ଏକାଦଶୀ ନୀତି ପାଳନ

ଢେଙ୍କାନାଳ, 16/11/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ମାର୍ଗଶିର ମାସର ଉତ୍ପନ୍ନା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ଏକାଦଶୀ ବେଢା ମହାଦୀପ ମନ୍ଦିର ଉପରକୁ ଉଠିବ ଓ ମନ୍ଦିର ପହଡ଼ ପଡିବ। ପୂଜକ ମନସୁମନ୍ ମିଶ୍ର, ଶିବଶ୍ଚ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଆଜି ମାର୍ଗଶୀର ମାସର ଉତ୍ପନ୍ନା ଏକାଦଶୀ ନୀତି ପାଳିତ ହୋଇଥଲା।
Article Image
Article Image
5