ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ସିଲେଇ ମେସିନ୍ ବଣ୍ଟନ l

ପାରାଦୀପ ଗଡ, 16/11/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର କତକୁଲା ଗ୍ରାମରେ ଇଣ୍ଡିଆନ ଅଏଲ ଆଦାନୀ ଆଡ଼ଭେଞ୍ଚରସ୍ କମ୍ପାନୀ , ପାରାଦୀପ ବୁଟ୍ ୦୩ ତରଫରୁ ସାମାଜିକ ଦାୟିତ୍ୱବୋଧ ଯୋଜନା ମଧ୍ୟମରେ ସିଲେଇ ଶିକ୍ଷାକେନ୍ଦ୍ର ଖୋଲାଯାଇ ୦୩ ମାସ ପ୍ରଶିକ୍ଷଣ ଦେବା ପରେ ଉତ୍ତୀର୍ଣ୍ଣ ହୋଇଥିବା
Article Image
ସମସ୍ତ ୪୩ ଜଣ ମହିଳା ମାନଙ୍କୁ ପଞ୍ଚାୟତ ଭବନ ରେ ଏକ ସ୍ଵତନ୍ତ୍ର କାର୍ଯକ୍ରମ ରେ ସିଲେଇ ମେସିନ୍ ବଣ୍ଟନ କରିଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ର ଉପ ସଭାପତି ଓ ସିଇଓ ଶ୍ରୀଯୁକ୍ତ ରେଜିଥ ଭାଷ୍କର. ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ କମ୍ପାନୀ ସିଏସ୍ଆର ମ୍ୟାନେଜର ସତ୍ୟ ରଞ୍ଜନ ନାୟକ, ଅଜିତ୍ ଦାଶ, ବ୍ରିଜଭୂଷନ ଦ୍ବିବେଦୀ ପ୍ରମୁଖ ଯୋଗଦେଇ ସିଲେଇ ମେସିନ୍ ଟିକୁ ବ୍ୟବହାର କରି ଅର୍ଥ ଉପାର୍ଜନ କରି ନିଜେ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ l ଆଗାମୀ ଦିନରେ ପଞ୍ଚାୟତ ରେ ସ୍କୁଲ୍ ଗୃହ, ଶୌଚାଳୟ, ଷ୍ଟ୍ରିକ୍ଟ ଲାଇଟ୍, ପେପର୍ ପ୍ଲେଟ ମେସିନ୍ ଆଦି ପ୍ରଦାନ କରାଯିବ ବୋଲି କମ୍ପାନୀ ସିଇଓ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟ କ୍ରମ କୁ ଚନ୍ଦ୍ର ଶେଖର ଚୌଧୁରୀ, ପ୍ରଭାତ ସାହୁ, ରେବତୀ ସ୍ୱାଇଁ, ପ୍ରମୁଖ ପରିଚାଳନା କରିଥିଲେ l
Article Image
Article Image
Article Image
6