ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢ଼ିଙ୍କିଆରେ ଜିଲ୍ଲାପାଳ ଓ ଏସ୍ ପିଙ୍କ ଜନସଂପର୍କ ଯାତ୍ରା।

ଏରସମା, 16/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତକୁ ଶନିବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଏସ୍ ପି ଅଙ୍କିତ ବର୍ମା ଅଚାନକ ଗସ୍ତ କରିଛନ୍ତି।ବିନା ପୂର୍ବ ସୂଚନାରେ ଢ଼ିଙ୍କିଆ ଗ୍ରାମରେ ଅଚାନକ ପହଞ୍ଚି ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି।ଜିଲ୍ଲାପାଳ ଓ ଏସ୍ ପି ପହଞ୍ଚି ସିଧା ଦଳିତ ସାହିକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।ଏହି ଅବସରରେ ଅନେକ ଭୂମିହୀନ ପରିବାର ସେମାନଙ୍କର ନିଜସ୍ୱ ଯାଗା ନଥିବା ସମ୍ପର୍କରେ ଜଣାଇଥିଲେ।ଜିଲ୍ଲାପାଳ ଗାଁ ର ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନ ଓ ପାନୀୟ ଜଳ ପ୍ରଭୃତି ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ଏ ସମ୍ପର୍କିତ ଜନସାଧାରଣଙ୍କ ଅଭିଯୋଗ ଶୁଣି,ଖୁବ ଶୀଘ୍ର ଏ ସମସ୍ତ ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବିଶେଷ କରି ଜନସାଧାରଣ ପ୍ରଶାସନ ଠାରୁ ଦୂରେଇ ନରହି ପ୍ରଶାସନ ସହ ସମ୍ପର୍କ ରଖିଲେ ସବୁ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବା ସହଜ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳ ଶ୍ରୀ ସୋନାଲ ଛୋଟ ପିଲାଙ୍କ ସହ ମିଶି ସେମାନଙ୍କ ପାଠ ପଢା ଉପରେ ପଚାରି ବୁଝିଥିଲେ।ଜିଲ୍ଲାପାଳ ଓ ଏସ୍ ପି ଙ୍କର ଗସ୍ତକାଳରେ ଅଭୟଚାନ୍ଦପୁର ଆଇ ଆଇ ସି ସମୀର କୁମାର ରାଉତ ଉପସ୍ଥିତ ଥିଲେ।ଏହି ଜନ ସମ୍ପର୍କ ସ୍ଥାପନ ସମୟରେ ଯୁବ ନେତା ରଞ୍ଜନ ବର୍ଦ୍ଧନ,ପ୍ରଶାନ୍ତ ଲେଙ୍କା,ପ୍ରଭାତ ରାଉତ , ଅକ୍ଷୟ କୁମାର ବେହେରା ଓ ହୃଦାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
8