ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରବର୍ତ୍ତିତ ସତସଙ୍ଗ

ବାଲିକୁଦା, 16/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସତସଙ୍ଗର ଆଦର୍ଶ ଓ ଦିବ୍ୟଜୀବନୀ ସମଗ୍ର ମାନବ ଜାତିର କଲ୍ୟାଣ ଓ ଭାତୃଭାବ ପାଇଁ ଉଦିଷ୍ଟ ବୋରିକିନା ସତସଙ୍ଗ କେନ୍ଦ୍ରର ଉତ୍ସବରେ ମତପ୍ରକାଶ
Article Image
: ଆଜିର ବିପଥଗାମୀ ଓ ଦିଗଭ୍ରଷ୍ଟ ସମାଜ ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବର୍ତ୍ତିତ ସତସଙ୍ଗ ଓ ଏହାର ଆଧ୍ୟାତ୍ମିକ ଆଦର୍ଶବାଦ ଆଜିର ମାନବ ସମାଜ ପାଇଁ ଆଲୋକବର୍ତ୍ତିକା ଓ ରକ୍ଷା କବଚ ବୋଲି ବାଲିକୁଦା ବ୍ଲକର ବୋରିକିନା ସତସଙ୍ଗ କେନ୍ଦ୍ରରେ ଅନୁଷ୍ଠିତ ଏକ ମାସାନ୍ତିକ ଆଧ୍ୟାତ୍ମିକ ସତସଙ୍ଗ ଉତ୍ସବରେ ସତସଙ୍ଗ ପ୍ରବକ୍ତା ମାନେ ଯୋଗଦେଇ ମତପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସତସଙ୍ଗର ସହ-ପ୍ରତିରିକ ନିରଞ୍ଜନ ଜାନାଙ୍କ ଅଧ୍ୟକ୍ଷତା କରି ସମଗ୍ର ବିଶ୍ୱ ଦୁନିଆରେ ମଣିଷର ସାମାଜିକ, ରାଜନୈତିକ, ପାରିବାରିକ ପ୍ରଭୃତି ପଞ୍ଚ ଜୀବନ ଵିପଯ୍ୟସ୍ତ ହୋଇଥିବା ବେଳେ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରଦର୍ଶିତ ଆଦର୍ଶବାଦ ଓ ଦିଗଦର୍ଶନ ଯଥେଷ୍ଟ ପ୍ରଙ୍ଗିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସତସଙ୍ଗ କେନ୍ଦ୍ରର ଯାଜକ କାର୍ତ୍ତିକ ଚନ୍ଦ୍ର ବେହେରା, ବରିଷ୍ଠ ଆଇନଜୀବୀ ଡଃ. ବୀର ନାରାୟଣ ପାତ୍ର, ଶିବ ପ୍ରସାଦ ବେହେରା, ସୁଜିତ ବେହେରା, କେଦାର ପାତ୍ର, ଗଗନ ରାଉତ, ପ୍ରଶାନ୍ତ ବାରିକ ପ୍ରମୁଖ ଯୋଗଦେଇ ସତସଙ୍ଗ ସଦଗୁରୁ ଓ ସତନାମ ଦ୍ୱାରା ସାରା ଦୁନିଆରେ ଭାତୃଭାବ ଓ ଭାଇଚାରା ସୃଷ୍ଟି ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରି ଏହି ଆଦର୍ଶବାଦକୁ ଅନୁସରଣ କରିବା ପାଇଁ ନିବେଦନ କରିଥିଲେ । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ବୋରିକିନା, ବାଲିକୁଦା, ଏରସମା, ଗୋଡ଼ା ପ୍ରଭୃତି ଅଞ୍ଚଳର ଶତାଧିକ ଶ୍ରୀ ଶ୍ରୀ ଠାକୁର ଅନୁଗାମୀ ମନେ ଯୋଗଦେଇଥିଲେ ।
15