ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ବାର୍ଷିକ ଉତ୍ସବ

ରାହାମା / କୁଜଙ୍ଗ , 16/11/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିକଣି ପଞ୍ଚାୟତ ର ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ପଞ୍ଚଦଶବାର୍ଷିକ ବାର୍ଷିକ ଉତ୍ସବ କପିଳେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇଯାଇଛି। ଶ୍ରୀଯୁକ୍ତ ତ୍ରିଲୋଚନ ଚୌଧୁରୀ ଙ୍କ ସଭାପତିତ୍ବ ରେ, ସନ୍ତୋଷ ମହାନ୍ତି ଙ୍କ ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ କର୍ମଚାରୀସଙ୍ଘ ସଭାପତି ତଥା ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ମୁଖ୍ୟଵକ୍ତା ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ ଡ଼ ଅରୁଣ କୁମାର ପାଣି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଡ଼ଭୋକେଟ ଡ଼ ସୁନାକର ବେହେରା ଯୋଗଦେବା ସହିତ ଅତିଥିମାନେ ନିଜର ଅଭିଭାଷଣରେ କହିଥିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସାମାଜିକ ସଂସ୍କାର ପାଇଁ ଉତ୍ସାର୍ଗୀକୃତ ହୋଇ ଆଗାମୀ ଯୁବ ପିଢ଼ି ନିଜକୁ କିପରି ସମାଜ ପ୍ରତି ସମର୍ପିତ ହୋଇ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିପାରିବେ ସେଥିପ୍ରତି ଯତ୍ନଶୀଳ ହେବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ । ଆଜିର ଉକ୍ତ ବାର୍ଷିକ ଉତ୍ସବ କୁ ସଫଳ କରିବାରେ କର୍ମ କର୍ତ୍ତା ମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ପାଣି , ରବୀନ୍ଦ୍ର ମହାପାତ୍ର ,ମଦନ ମୋହନ ରାଉତ , ନୃସିଂହ ଚୌଧୁରୀ, ନୃସିଂହ ଦାସ ,ସଚ୍ଚିଦାନନ୍ଦ ମହାପାତ୍ର ,ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବେହେରା , ଶରତ ଚନ୍ଦ୍ର ସାହୁ, ପ୍ରମୁଖ ଯୋଗଦାନ କରିଥିବା ବେଳେ ପ୍ରଥମେ ଭାଗବତ ଗୀତା ପାଠ ଓ ଦିବଂଗତ ବ୍ୟକ୍ତି ଙ୍କ ଉଦ୍ଦେଶ୍ୟ ରେ ନିରବ ପାର୍ଥନା, କୃତି ଛାତ୍ର ଛାତ୍ରୀ ଙ୍କୁ ଅର୍ଥରାଶି ପୁରସ୍କାର , କଳାକାର ଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ! ଶେଷରେ ବିଜୟାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ !
6