ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳିତ।

ତିର୍ତ୍ତୋଲ, 17/11/2025, ଉତ୍କଳ voice news - utkalvoicenews.com( ରିପୋର୍ଟ - ସୁଷମା ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ସର୍ବପୁରାତନ ସାମ୍ବାଦିକ ସଙ୍ଗଠନ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ତରଫରୁ ବ୍ଲକ ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୫ ସ୍ଥାନୀୟ ବୀଣାପାଣି ମଣ୍ଡପ ପରିସରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ତିର୍ତ୍ତୋଲ ର ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଦିପ୍ତ କୁମାର ସେଠୀ।ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ଥାନା ଏସ୍ ଆଇ ବିଭୁତି ବିଶ୍ଵାଳ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ସଙ୍ଘର ସଭାପତି ଟୁକନ ଚରଣ ସେଠି ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଅମର ଜ୍ୟୋତି ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ।ସମ୍ପାଦକ ସୌରାଜିତ ପଢିଆରି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଭ୍ୟ ମାନସ କୁମାର ସୂତାର ଚନ୍ଦ୍ରକାନ୍ତ ବାରିକ, ସୁଧାଂଶୁ ଶେଖର ପୁଷ୍ଟି ,ଶିବସ ଲାଞନ ପାଢ଼ୀ ପ୍ରମୁଖ ସଂଘର ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗରେ ଅଭିଭାଷଣ ରଖିଥିଲେ। ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଭତ୍ତା ଉପରେ ସରକାର ଦୁଷ୍ଟିଦେବାକୁ ସଭାରେ ଦାବି କରାଯାଇଥିଲା।ତଥ୍ୟ ଭିତିକ, ନିରପେକ୍ଷ,ନିର୍ଭୀକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ ସଭାପତି ପରାମର୍ଶ ଦେଇଥିଲେ।ଏହି ସଭାରେ କୋଷାଧ୍ୟକ୍ଷ ଭାନୁ ଶଙ୍କର ରାଉତରାୟ, ଜଗନ୍ନାଥ ପ୍ରସାଦ ସାହୁ, ଏମ୍ ଏସ ରାଜନ୍, ରଞ୍ଜନ ଖୁଣ୍ଟିଆ,ଜୟନ୍ତ ପରିଜା, ଶୁଶିଲ ମହାପାତ୍ର, ନିଶାକର ଦାସ, ଲଗନ ମହାନ୍ତି,କବିତା ସ୍ବାଇଁ, ଭାଗବତ ପ୍ରସାଦ, କୈଳାସ ଚନ୍ଦ୍ର ବେହେରା, ରଞ୍ଜନ କୁମାର ମଲ୍ଲିକ,ସତ୍ୟପ୍ରକାଶ, ରାଜନ କୁମାର, ଗୋପାଳ କୃଷ୍ଣ,ସୁଧାଂଶୁ ଶେଖର,ଜଗନ୍ନାଥ ପ୍ରସାଦ, ଦିପୁ ପ୍ରମୁଖ ଉପସ୍ଥିତ ଥିଲେ।ସଭା ପରିଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
Article Image
Article Image
Article Image
5