ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ ଚମକିଲେ ରାୟଗଡ଼ ଖେଳାଳି

ରାୟଗଡ଼ା, 17/11/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
# ତିନୋଟି ରନର୍ କପ୍ ଓ ଚାରୋଟି ମେଡାଲ୍ ହାତେଇଲା ରାୟଗଡ଼ # ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରଫି
Article Image
# ସଫଳତା ପାଇଁ ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା
Article Image
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୬୯ତମ ରାଜ୍ୟ ସ୍ତରୀୟ ଚଉଦ ବର୍ଷ ଓ ସତର ବର୍ଷରୁ କମ, ବିଦ୍ୟାଳୟ ଆଥଲେଟିକ୍ସ, ବେସବଲ ଓ ସଫ୍ଟବଲ ପ୍ରତିଯୋଗିତା ଚଳିତ ନଭେମ୍ବର ୧୩ ରୁ ୧୫ ତାରିଖ ମଧ୍ଯରେ ବାଲେଶ୍ବରସ୍ଥିତ ଖ୍ରୀଷ୍ଟିୟାନ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ଜିଲ୍ଲାରୁ ଅଠଚାଳିଶ ଜଣ ଖେଳାଳି ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି।
Article Image
ଖେଳାଳିମାନେ ତିନୋଟି କପ୍, ଚାରୋଟି ମେଡାଲ ଓ ଜିଲ୍ଲାର ସଫଳତା ପାଇଁ ଏକ ସ୍ବତନ୍ତ୍ର ଟ୍ରଫି ନେଇ ସୋମବାର ଦିନ ଭୋର ଟ୍ରେନଯୋଗେ ରାୟଗଡ଼ରେ ପହଞ୍ଚିଥିଲେ । ରେଳଷ୍ଟେସନରେ ହେଡକୋଚ, ମାନେଜର ସମେତ ସମସ୍ତ ଖେଳାଳିଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରି ସ୍ବାଗତ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଏଡିଇଓ ଭଜନଲାଲ ମାଝୀ, ଏଡିଇଓ ଶାନ୍ତିଲତା ମୁନୀ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲ୍ଲୀନୂର, ଜିଲ୍ଲାଶିକ୍ଷା କ୍ରିଡା ନିରିକ୍ଷକ ହରିହର ପାତ୍ର, ଏୟୁପିଟିଏଫ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୀଳାଞ୍ଚଳ ମିଶ୍ର, ଶୁରେଶ ପଟ୍ଟନାୟକ ନରେଶ ସ୍ବାଳସିଂ ସମେତ ଜିଲ୍ଲାର କ୍ରୀଡା ଶିକ୍ଷକ ବୃନ୍ଦ ଭୋର ସକାଳୁ ରାୟଗଡ ରେଳ ଷ୍ଟେସନରେ ପହଞ୍ଚି ସମସ୍ତ ଖେଳାଳିଙ୍କୁ ସସମ୍ମାନେ ସ୍ବାଗତ କରିଥିଲେ । ରାଜ୍ୟ ଆଥଲେଟିକ୍ସ ୩୦୦୦ ମିଟର ଦୌଡରେ ପୋଲମା ଉଚ୍ଚ ବିଦ୍ୟାଳୟର ଲଳିତା ତଇକା ବୋଞ୍ଜ ମେଡାଲ, ୨୦୦ ମିଟର ଦୌଡରେ ପୋଲମା ଉଚ୍ଚ ବିଦ୍ୟାଳୟର ମୌସୁମୀ ମାଝୀ ସିଲଭର ମେଡାଲ, ସଟପୁଟ ରେ ଡୁକୁମ ଉଚ୍ଚ ବିଦ୍ୟାଳୟର ରେଖା ଜଗେରେଙ୍ଗା ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ୪୦୦ ମିଟର ହଡଲସ୍ ଦୌଡରେ ନାରାୟଣପୁର ଉଚ୍ଚ ବିଦ୍ୟାଳୟର ଦିପିକା ମିଣିଆକା ରାୟଗଡ ଜିଲ୍ଲା ପାଇଁ ପ୍ରଥମ କରି ବ୍ରୋଞ୍ଜ ମେଡାଲ ଆଣି ଇତିହାସ ସୃଷ୍ଟି କରିଛନ୍ତି। ଏତଦବ୍ୟତୀତ ବାଳିକା ବେସବଲ ଓ ଉଭୟ ବାଳକ ଓ ବାଳିକା ସଫ୍ଟବଲ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଏଭଳି ତିନୋଟି ରନର କପ ହାସଲ କରି ରାୟଗଡ ଜିଲ୍ଲାର ଗାରିମାକୁ ଅଧିକ ସମୃଦ୍ଧ କରିଛନ୍ତି ।
Article Image
ଏହି ଅବସରରେ ଦଳର ମୁଖ୍ଯ କୋଚ ରାଜେଶ ବାରିକ, ମ୍ୟାନେଜର ଗଣେଷ ମହାପାତ୍ର, ତଥା କୋଚ ଗୌତମ ମୁଦିଲି ,ରେବତୀ ପିଡିସିକା ଓ ସୁସ୍ମିତା ଶତପଥିଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାହକ ପ୍ରଶାସନ ତଥା ଶିକ୍ଷା ବିଭାଗ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାୟଗଡ ଜିଲ୍ଲାରେ ଶିକ୍ଷାସହ କ୍ରୀଡା କ୍ଷେତ୍ରରେ ମଧ୍ଯ ଅନେକ ପ୍ରତିଭାବାନ ଶିଶୁ ଅଛନ୍ତି। ଅନୁକୁଳ ବାତାବରଣ, ଉତ୍ତମ ପରିବେଶ ଓ ଆବଶ୍ୟକ ସୁଯୋଗ ସେମାନଙ୍କୁ ସଫଳତାର ପାହାଚକୁ ପହଞ୍ଚାଇଥାଏ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ନାହକ କହିଛନ୍ତି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କ୍ରୀଡା କ୍ଷେତ୍ରରେ ଏତାଦୃଶ ସଫଳତା ସହ ଜିଲ୍ଲାକୁ ଗୌରବାନ୍ୱିତ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
9