ଯାଜପୁର, 17/11/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ଜିଲ୍ଲା ଯାଦବ ମହାସଭା ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ଙ୍କ ସୁକିନ୍ଦା ଗସ୍ତ ଅବସରରେ ଅସୁସ୍ଥ ଥିବାପିଙ୍ଗଲ ଗ୍ରାମର ଶ୍ରୀଯୁକ୍ତ ନନ୍ଦକିଶୋର ବେହେରା ଓ ଅଲେଖ ବେହେରାଙ୍କ ବାସଭବନରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଓ ଆସୁ ଆରୋଗ୍ୟ କାମନା କରିବା ସହିତ ବ୍ଲକ ସଭାପତି ପରମାନନ୍ଦ ନାୟକ ଓ ଜିଲା ଯାଦବ ଯୁବ ସଭାପତି ପ୍ରସନ୍ନ ବେହେରା ଓ କୋଷାଧ୍ୟକ୍ଷ ରବିନ୍ଦ୍ର ବେହେରା ମହୋଦୟ ଙ୍କୁ ଧନ୍ୟବାଦ୍ ଦେବା ସହିତ ସମସ୍ତ ଯାଦବ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ୍ ଦେଇଥିଲେ ଓ ଏହା ସହିତ ଯୁବ ଯାଦବ ଅଜିତ୍ ବାରିକ, ଅଶୋକ କୁମାର ଦାସ,ହରେକୃଷ୍ଣ ଭୁତିଆ, ଯୋଗେନ୍ଦ୍ର ପରିଡ଼ା, ତ୍ରିଲୋଚନ ବେହେରା,ଶୁକଦେବ ଦାସ ପ୍ରମୁଖ ଜିଲ୍ଲା ଯାଦବ ସଭାପତି ଙ୍କ ସାଙ୍ଗରେ ଯାଇ ସହଯୋଗ କରିଥିଲେ।ସେହିପରି ଧର୍ମଶାଳl ବ୍ଲକ ଅନ୍ତର୍ଗତ ସନ୍ତୋଷ କୁମାର ନାୟକ,ବାପି,ଙ୍କ ଏକାଦଶ ରେ ଯାଦବ ମହାସଭା ଯାଜପୁର ର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ତାଙ୍କ ପରିବାର କୁ ସମବେଦନା ଜଣାଇବା ସହିତ ଅମର ଆତ୍ମା ଶଦଗତି କାମନା କରିଥିଲେ