ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଚାନକ ବୁଗୁଡା ଅଞ୍ଚଳ ପରିଦର୍ଶନ

ବୁଗୁଡ଼ା, 17/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ରବିବାର ଛୁଟିଦିନରେ ଅଚାନକ ପରିଦର୍ଶନରେ ଆସି ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ସହ ବିଭିନ୍ନ କ୍ଲଷ୍ଟର ଅନ୍ତର୍ଗତ ଡ୍ରପ୍ ଆଉଟ୍ ପିଲାମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ମାର୍ଗ ଦର୍ଶନ ସଚେତନ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ଗଞ୍ଜାମ ଡିଇଓ ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିବା ସହ ପ୍ରମେୟ ପିଏମଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ଛାତ୍ରାବାସକୁ ଯାଇ ସେଠାରେ ପିଲାଙ୍କୁ ସାକ୍ଷାତ କରି ସେମାନଙ୍କ ରହଣି ଓ ଶିକ୍ଷା ଗ୍ରହଣ କ୍ଷେତ୍ରର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହ ବୁଗୁଡା ଏନ୍ଏସି, ରାମଣ୍ଡା ଓ ତାଳସାକର କ୍ଲଷ୍ଟର ଅଞ୍ଚଳର ବିଭିନ୍ନ ଡ୍ରପ୍ ଆଉଟ୍ ପିଲାଙ୍କ ଘରକୁ ଘର ଯାଇ ଭେଟିଥିଲେ ଏବଂ ସେମାନଙ୍କୁ ମାର୍ଗ ଦର୍ଶନ ପୂର୍ବକ ଅଧ୍ଯୟନ ଦିଗରେ ସଚେତନ କରିଥିଲେ। ପୁନଶ୍ଚ ବିଇଓ କାର୍ଯ୍ୟାଳୟରେ ସମସ୍ତ ସିଆରସିସିଙ୍କ ସହ ଜଣ ଜଣ କରି ଶୈକ୍ଷିକ ବ୍ଯବସ୍ଥା ସମ୍ପର୍କେ ଆଲୋଚନା କରି ଅପରାହ୍ନରେ ଫେରିଥିଲେ। ଡିଇଓଙ୍କ ସମୀକ୍ଷା କାଳରେ ବିଇଓ ଚିନ୍ମୟ ମହାପାତ୍ରଙ୍କ ସମେତ କାର୍ଯାଳୟ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।
5