ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦ୍ଵାଦଶତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ, 18/11/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଆଜି ଢେଙ୍କାନାଳ ମୀନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ଦ୍ଵାଦଶତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହା ଆସନ୍ତା ଜାନୁୟାରୀ ୭ ତାରିଖ ବୁଧବାର ୨୦୨୬ ପାଲିଙ୍କି ଯାତ୍ରା,୮ ତାରିଖ ଗୁରୁବାର ୨୦୨୬ ସାଇ ସତ୍ ଚରିତ ପାରାୟଣ ଓ ୯ ତାରିଖ ଶୁକ୍ରବାର ୨୦୨୬ ପୂଜନୀୟ ଗୁରୁଜୀ ଡ,: ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ଵାରା ଲିଖିତ ଗୁରୁ ଭାଗବତ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହେବ। ଏହି ପରିପେଖିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।୧୨ ତମ ଏକଦିବସୀୟ ପାରାୟଣ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହେବା ସହ ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତେ ସୂ ଚିନ୍ତିତ ମତାମତ ଉପସ୍ଥାପନ କଲେ। ଏହି ବୈଠକ ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପରିଶେଷରେ ବ୍ରଜକିଶୋର ମହାନ୍ତି ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ବୈଠକକୁ ବିଶ୍ରାମ ଦିଆଯାଇଥିଲା।
7