ଏରସମା, 18/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ବୀର ଯାଦବ ସୈନିକଙ୍କର ଗୌରବଗାନ

ବାଲିକୁଦା ବ୍ଲକ ଯାଦବ ମହାସଭା ପକ୍ଷରୁ ଅହିର୍ ଶୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଦିନଟି ବୀର ଯାଦବ ସୈନିକ ମାନଙ୍କ ସାହସ ଏବଂ ତ୍ୟାଗକୁ ସ୍ମରଣ କରିବା ନିମନ୍ତେ ଆୟୋଜିତ ହୋଇଥିଲା । ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଲଦାଖର ରେଜାଙ୍ଗଲା ଗିରିପଥରେ ଅହିର୍ ସୈନିକମାନଙ୍କ ବୀରତାର କାହାଣୀ ଆଜି ବି ମନୁଷ୍ୟତା ପାଇଁ ପ୍ରେରଣା ରହିଛି । ଏହି ସମ୍ମୁଖ ସଂଗ୍ରାମରେ, ୧୩ କୁମାୟୁଁ ରେଜିମେଣ୍ଟର ୧୨୦ ଯାଦବ ସୈନିକ ସହିଦ ହୋଇଥିଲେ । ଚୀନ୍ ସେନାର ୩,୦୦୦ ସୈନିକଙ୍କ ସହ ଯୁଦ୍ଧ କରିଥିଲେ । ସେମାନଙ୍କ ସାହସିକତା ଫଳରେ, ଚୀନ୍ ସେନାର ୧,୪୦୦ ରୁ ଅଧିକ ସୈନିକ ମୃତ୍ୟୁବରଣ କରିଥିଲେ ଏବଂ ଚୀନ୍ ସେନା ପଛକୁ ଫେରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏହି ବୀରତାର ମୂଲ୍ୟ ଭାରତ ପାଇଁ ଭାରି ଅଧିକ ଥିଲା । ଏହି ଯୁଦ୍ଧରେ ୧୧୪ ଜଣ ଯାଦବ ସୈନିକ ତାଙ୍କ ଜୀବନ ବଳିଦାନ ଦେଇଥିଲେ । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ପାଇଁ ଆଜି ଲଦାଖର ରେଜାଙ୍ଗଲାରେ ଥିବା ‘ଅହିର୍ ସ୍ତମ୍ଭ’ ସେମାନଙ୍କ ସାହସର ଜୀବନ୍ତ ସାକ୍ଷୀ ଭାବେ ରହିଛି । ଅହିର୍ ଶୌର୍ଯ୍ୟ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବାଲିକୁଦା ବ୍ଲକ ଯାଦବ ମହାସଭା ତରଫରୁ ବଡ଼ଗାଁ ପଞ୍ଚାୟତର ମା' କରକେଇଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ବାବାଜୀ ଚରଣ ଦାସ, ଅକ୍ଷୟ କୁମାର ଜେନା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଦାସ, ବିଷ୍ଣୁ ପ୍ରସାଦ ଦାସ, ପ୍ରଫୁଲ୍ଲ କୁମାର ବାହାଲିଆ, ନରେଶ ଚନ୍ଦ୍ର ଦାସ, ଚିତ୍ତ ରଞ୍ଜନ ଦାସ, ସୌମେନ୍ଦ୍ର କୁମାର ଦାସ, ହେମନ୍ତ କୁମାର ଦାସ, ବିଶ୍ୱନାଥ ପରିଡ଼ା, ମିଟୁ ଦାସ, ଗୌରାଙ୍ଗ ଚରଣ ପରିଡ଼ା, ବିକାଶ ଦାସ, ବଳରାମ ଦାସ, ଶଙ୍କର ବହିରା, ବୀରବର ଦାସ, ବିଭୁତି ଭୂଷଣ ଦାସ ପ୍ରମୁଖ ଯୋଗଦେଇ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ । ଆଜି ଏହି ପବିତ୍ର ଦିବସରେ ଅହୀର ରେଜିମେଣ୍ଟ ଦାବିକୁ ଭାରତ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ଦିଲ୍ଲୀର ଯନ୍ତ୍ରମନ୍ତ୍ର ଠାରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି । ଯେଉଁଥିରେ କି ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ସହିତ ବିଭିନ୍ନ ରାଜ୍ୟର ଯାଦବ ମହାସଭାର କର୍ମକର୍ତ୍ତା ମାନେ ଯୋଗଦେଇଛନ୍ତି ।