ବାଲିତୁଠ / ଏରସମା, 18/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ୍ ଜପା ପଞ୍ଚାୟତ ଅନ୍ତର୍ଗତ ଇରିବିଣା ଗ୍ରାମରେ ମାଙ୍କଡ କାମୁଡାରେ ୭ ଜଣ ଆହତ ହୋଇଛନ୍ତି।ଏହି ଗ୍ରାମକୁ ଗତ ଦୁଇଦିନ ହେବ ୫ ଟି ମାଙ୍କଡ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଟି ମାଙ୍କଡ ଲୋକମାନଙ୍କୁ ଗୋଡେଇ ଗୋଡେଇ କାମୁଡୁଛନ୍ତି।

ଶାନ୍ତି ଦାସ ଛାତ ଉପରକୁ ଯାଇ ଗଛରୁ ଭଣ୍ଡା ତୋଳୁଥିବା ବେଳେ ତାଙ୍କୁ ମାଙ୍କଡ ହଠାତ୍ ପଛପଟୁ ଆସି ଗୋଡ଼କୁ କାମୁଡିଛି।ଗୁର ଦାସ ନିଜ ଘରପାଖରେ ଠିଆ ହୋଇଥିବା ବେଳେ ପଛପଟୁ ଆସି ମାଙ୍କଡ ତାଙ୍କ ଗୋଡକୁ କାମୁଡି ଆହତ କରିଛି।ସେହିପରି ଗ୍ରାମର ପ୍ରତିଭା ମଲ୍ଲିକ,ଶ୍ରୀମତୀ ମଲ୍ଲିକ ଓ ଅଞ୍ଜନା ଦାସଙ୍କ ସମେତ ୭ ଜଣ ମାଙ୍କଡ କାମୁଡାରେ ଆହତ ହୋଇଛନ୍ତି।ସମସ୍ତେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡିଛି।ଅନ୍ୟ ପକ୍ଷରେ ଏହି ମାଙ୍କଡ ଗୁଡିକ ନିକଟସ୍ଥ ଗ୍ରାମ ଜପା ଏବଂ ଅଚ୍ୟୁତ ଦାସପୁର ଗ୍ରାମରେ ମଧ୍ୟ କେତେଜଣଙ୍କୁ କାମୁଡି ଆହତ କରିଥିବାର କୁହାଯାଉଛି।ଏ ସମ୍ପର୍କିତ ଖବର ପାଇ ନୂଆଗାଁ ସେକ୍ସନ ଫରେଷ୍ଟ ସ୍କୁଆର୍ଡ ପ୍ରଦିପ ଦାସ,ବାବୁଲି ସେଠି,ନିତ୍ୟାନନ୍ଦ ମଲ୍ଲିକ,ଅତିଶ ସ୍ବାଇଁ ଓ ସାରଦା ପ୍ରଶାଦ ବାରିକ ପ୍ରମୁଖ ମଙ୍ଗଳବାର ପୂର୍ବାହ୍ନରେ ଗାଆଁରେ ପହଞ୍ଚି ବାଣ ଫୁଟାଇ ମାଙ୍କଡ ମାନଙ୍କୁ ଘଉଡାଇ ଦେଇଛନ୍ତି।ମାଙ୍କଡ ଗୁଡିକ ନିକଟସ୍ଥ ମଠ ସାହି ଗ୍ରାମକୁ ଚାଲିଯାଇଥିବା ବେଳେ ସେଠାରେ ମଧ୍ୟ ମାଙ୍କଡ ମାନେ ଉପଦ୍ରବ କରିବାର ସାଧାରଣରେ ଆଶଙ୍କା ସ୍ରୃଷ୍ଟି ହୋଇଛି।ତେବେ ଏହି ମାଙ୍କଡ ମାନଙ୍କୁ ଟ୍ରାଙ୍କୁଲାଇଜ କରିବା ପାଇଁ ରାଜନଗର ଡି ଏଫ୍ ଓ ଏବଂ କୁଜଙ୍ଗ ରେଞ୍ଜରଙ୍କୁ ଅବଗତ କରାଯାଇଥିବାର ଜଣାପଡିଛି।