ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପିର "ବନ୍ଦେ ମାତରଂ"କାର୍ଯ୍ୟକ୍ରମ

ଏରସମା, 19/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଭାରତୀୟ ଜନତା ପାର୍ଟି ପକ୍ଷରୁ "ବନ୍ଦେ ମାତରଂ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏରସମା ମୂଖ୍ୟାଳୟ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ନେତ୍ରୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରୀୟ ସଙ୍ଗୀତ "ବନ୍ଦେ ମାତରଂ" ସାମୁହିକ ଗାନ କରାଯାଇଥିଲା।ସମଗ୍ର ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧି ରଖିବା,ଏକ ଅଖଣ୍ଡ ଭାରତବର୍ଷ ଏବଂ ରାଷ୍ଟ୍ରୀୟ ଏକତା ପାଇଁ ଆଜିର ଏହି କାର୍ଯ୍ୟକ୍ରମକୁ ବନ୍ଦେ ମାତରଂର ୧୫୦ ବର୍ଷର ପୂର୍ତ୍ତି ଉତ୍ସବ ଭାବରେ ପାଳନ କରାଯାଉଥିବାର ନେତ୍ରୃମଣ୍ଡଳୀ ମାନେ କହିଥିଲେ।ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ "ବନ୍ଦେମାତରଂ ସଂଯୋଜକ ଜଟାଧାରୀ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର କାର୍ଯ୍ୟ କ୍ରମରେ ବାଲିକୁଦା ଏରସମା ବିଜେପି ନେତା ସତ୍ୟସାରଥୀ ମହାନ୍ତି,ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ନ୍ରୂଶିଂହ ସାହୁ,ଜିଲ୍ଲା କୋଷାଧ୍ୟକ୍ଷ ନିର୍ଲିପ୍ତ ଜେନା,ଶିବ ପ୍ରସାଦ ମଲ୍ଲ,ସଞ୍ଜୟ ପରିଡା,ତପନ ଗଛାୟତ,ସରପଞ୍ଚ ସୀମାଇ ଭୋଳ,ତପନ ବେହେରା,ଅଜୟ ଲେଙ୍କା,ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ,ବିକ୍ରମଜିତ୍ ସାମନ୍ତରାୟ,ପୁଲିନ୍ ମଣ୍ଡଳ,ଅନିଲ୍ ସ୍ଵାଇଁ,ମାନସ ସ୍ଵାଇଁବଓ ନିର୍ବାଚନ ସ୍ଵାଇଁଙ୍କ ସମେତ ୨୫ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଥିଲେ।
7