ରାହାମା, 19/11/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ରାହାମାର ଜଣାଶୁଣା ସମାଜସେବୀ ଆଡଭୋକେଟ୍ ଡକ୍ଟର ସୁନାକର ବେହେରା ଭାରତ ସରକାରଙ୍କ ନୀତିଆୟୋଗ ଦ୍ୱାରା ପରିଚାଳିତ ଉପଭୋକ୍ତା କଲ୍ୟାଣ ପରିଷଦ ସମିତିର ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୁପ୍ ସିଂ ପାଲ୍ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଛାତ୍ର ଜୀବନରୁ ଏପର୍ଯ୍ୟନ୍ତ ନିରବିଛିନ୍ନ ଭାବେ ଦୀର୍ଘ ତିରିଶ ବର୍ଷ ଧରି ସମଗ୍ର ଜିଲ୍ଲାରେ ଆଡଭୋକେଟ୍ ଡ଼ଃ ବେହେରା ବିଭିନ୍ନ ପ୍ରକାରର ଜନକଲ୍ୟାଣ ତଥା ସମାଜସେବା, ଭାଷା,ସଂସ୍କୃତି ଓ ଶ୍ରୀଜଗନ୍ନାଥ ମହିମାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଜଣେ ଆଗଧାଡ଼ିର ନିଷ୍ଠାପର କର୍ମୀ ଏବଂ ରାଷ୍ଟ୍ରୀୟ ସ୍ତରରେ ବହୁବାର ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ମଧ୍ୟ ସମ୍ମାନିତ ହୋଇଛନ୍ତି। ସଂପ୍ରତି ବିଶ୍ବ ହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ କଟକ ବିଭାଗ, ଓଡିଶାର ଧର୍ମାଚାର୍ଯ୍ୟ ସମ୍ପର୍କ ଭାବେ କାର୍ଯ୍ୟରତ। ତାଙ୍କର ଏହି ନୂତନ ନିଯୁକ୍ତିରେ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ତଥା ମାନ୍ୟବର ବିଧାୟକ ପାରାଦ୍ଵୀପ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ମାନ୍ୟବର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ,ରାଜ୍ୟ ଖାଉଟି ସୁରକ୍ଷା ଅଦାଲତର ମୁଖ୍ୟ ବିଚାରପତି ଦିଲ୍ଲୀପ କୁମାର ମହାପାତ୍ର,ମାନ୍ୟବର ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ,ରାଜ୍ୟ ସରକାରଙ୍କ ବୈଧ ମାପ ବିଜ୍ଞାନ ନିୟନ୍ତ୍ରକ ଓ ଖାଦ୍ୟ ଯୋଗାଣ ବିଭାଗର ସ୍ୱତନ୍ତ୍ର ସଚିବ ବିସିକେଶନ ଦେହୁରୀ,ଅତିରିକ୍ତ ସଚିବ ତ୍ରିଲୋଚନ ଦାଶ,ରାହାମା ଇଣ୍ଟେଲେଚୁଆଲ ଫୋରମ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ଏମଏସଏମଇ ପ୍ରମୋସନ କାଉନ୍ସିଲ ଅଫ ଇଣ୍ଡିଆ ର ଉପାଧ୍ୟକ୍ଷ ପ୍ରସନ୍ନ ପରିଡା,ବ୍ରହ୍ମ ଜଗନ୍ନାଥ ମିଶନ ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଞ୍ଜିବ୍ କୁମାର ମୁଦୁଲି,ଖାଉଟି କଲ୍ୟାଣ ପରିଷଦ ସମିତିର ରାଷ୍ଟ୍ରୀୟ ସଚିବ କୈଳାସ କୁମାୱାତ,ଖାଉଟି ସଂଗଠକ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବିଶ୍ୱାଳ,ମୁଖ୍ୟ ସଂଯୋଜକ ବିବେକାନନ୍ଦ ହୋତା,ଉପ ସଭାପତି ଶରତ କୁମାର ଦାଶ,ଜିଲ୍ଲା ଓକିଲ ସଂଘ, ଓଡିଶା ସାମ୍ବାଦିକ ସଂଘ ଓ ରାଜ୍ୟର ବହୁ ସ୍ବେଛାସେବୀ ସଂଘ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

