ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ାରେ ଶୂନ ମୃତାହତ ପକ୍ଷ ନିମନ୍ତେ ଗଡିଲା ସଚେତନତା ରଥ

ରାୟଗଡ଼ା, 19/11/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ସଡକ ସୁରକ୍ଷା ନିୟମ ମାନି ଚଳିବା ସମସ୍ତଙ୍କ ଦାୟିତ୍ୱ
Article Image
ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚଳିତ ନଭେମ୍ବର ମାସ ୧୬ରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି କ୍ରମରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ନିର୍ଦ୍ଦେଶ କ୍ରମେ ‘ସଡକ ସୁରକ୍ଷା ନିୟମ ମାନନ୍ତୁ ,ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ର ବାର୍ତା ଜିଲ୍ଳାବାସୀଙ୍କ ଠାରେ ପଂହଚାଇବା ପାଇଁ ଆଜି ରାୟଗଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଶୂନ ମୃତାହତ ପକ୍ଷ ଏଲଇଡି ମୋବାଇଲ ଭ୍ୟାନ ସଚେତନତା ରଥକୁ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାୟକ ଓ ଆଂଚଳିକ ପରିବହନ ଅଧିକାରୀ ବିନୟ କୁମାର ପାଉଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥରେ ଏଲଇଡି ମାଧ୍ୟମରେ ସଡକ ଦୁର୍ଘଟଣା ଜନୀତ ମୃତ୍ୟୁରୁ ରକ୍ଷା ପାଇବା ପାଇଁ ସଡକ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବା ଓ ଅନ୍ୟାନ୍ୟ ସଚେତନତା ଭିଡିଓ ପ୍ରଦର୍ଶିତ କରାଯାଇଛି । ଏଥିସହ ଗୁଡ ସମରିନ୍ ଯୋଜନା,ବକେୟା ଇ-ଚାଲାଣରେ ଏକକାଳନୀ ପୈଠରେ ସରକାର ଦେଉଥିବା ରିହାତି ଆଦି ବିଷୟରେ ବ୍ୟାନର ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହି ସଚେତନତା ରଥ ଆଜି ବୁଧବାର ୧୯ତାରିଖରେ ରାୟଗଡ଼ା,ଶେଷଖାଲ,ଚାନ୍ଦିଲି ଥାନା ଅଂଚଳକୁ ଗସ୍ତ କରିଥିବା ବେଳେ ୨୦ ଓ ୨୧ତାରିଖରେ ଜିଲ୍ଳାର କାଶିପୁର,ଟିକିରି,ଦୋରାଗୁଡା,ଅଣ୍ଡିରାକଂଚ,୨୨ରେ କଲ୍ୟାଣସିଙ୍ଗପୁର,୨୩ରେ ବିଷମକଟକ,୨୪ରେ ମୁନିଗୁଡା,ଆମ୍ବଦୋଳ ଗସ୍ତ କରିବାକୁ ଥିବା ବେଳେ ୨୫ରେ ଚନ୍ଦ୍ରପୁର,୨୬ରେ ଗୁଡାରୀ,୨୭ରେ ପଦ୍ମପୁର,ରାମନାଗୁଡା ଓ ୨୮ତାରିଖ ଶେଷ ଦିନରେ ଗୁଣପୁର ଥାନା ଅଂଚଳରେ ଗସ୍ତ କରି ଲୋକଙ୍କୁ ଶୂନ ମୃତାହତ ପକ୍ଷ ପାଳନର ଉଦ୍ଦେଶ୍ୟ ସଂପର୍କରେ ସଚେତନ କରିବ ବୋଲି ଆରଟିଓ ବିନୟ କୁମାର ପ୍ରକାଶ କରିଥିବା ବେଳେ ପ୍ରତିବର୍ଷ ନଭେମ୍ବର ମାସରେ ଶୀତ ଅଧିକ ହେଉଥିବା ଏବଂ ଘନ କୁହୁଡି ହେତୁ ଡ୍ରାଇଭରମାନେ ଅନିଦ୍ର ଏବଂ ରାସ୍ତା ଠିକ୍ ଭାବ ଦୃଶ୍ୟ ମାନ ନ ହେଉଥିବା ଯୋଗୁଁ ସଡକ ଦୁର୍ଘଟଣାର ୪୦ପ୍ରତିଶତ ଅଧିକ ସମ୍ଭାବନା ରହୁଥିବାରୁ ଡ୍ରାଇଭରମାନେ ସତର୍କ ହୋଇ ଗାଡି ଚାଳନା କରିବାକୁ କହିଛନ୍ତି । ସେହିପରି ଆଂଚଳିକ ପରିବହନ ଓ ଜିଲ୍ଳା ପୋଲିସ ମିିଳିତ ଭାବେ ଏହି ପକ୍ଷ ପାଳନ ଭିତରେ ଜିଲ୍ଳାର ସମସ୍ତ ଥାନା ଅଂଚଳରେ ଗାଡି ଚେକିଂ ପ୍ରକ୍ରିୟାକୁ କଡାକଡି କରାଯିବା ସହ ସଡକ ସୁରକ୍ଷା ନିୟମ ଉଲଂଘନ କରି ଗାଡି ଚଳାଉଥିବା ଅମାନିଆ ଗାଡି ଚାଳକଙ୍କୁ ଧରିବା ଓ ତାଙ୍କ ବିରୁଦ୍ଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି କହିଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ୧୨୪ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପ୍ରକାଶ କରିଛନ୍ତି । ସେହିପରି ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଗାଡି ଚାଳକମାନଙ୍କୁ ନିୟମ ମାନି ଗାଡି ଚାଳନା କରିବାକୁ ପରାମର୍ଶ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ପି.ଦୁର୍ଗା ପ୍ରସାଦ ରାଓ,ଟିଆଇ ଝସକେତନ ଭରାଶଗରିଆ,ଜିଲ୍ଳା ସଡକ ସୁରକ୍ଷା କମିଟି ସଭ୍ୟ ଶିବ ନାରାୟଣ ଗଉଡ,ଆଶିଷ ରଂଜନ ପଣ୍ଡାଙ୍କ ସମେତ ଆରଟିଓ କାର୍ଯ୍ୟାଳୟ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
5