ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଶୀର୍ବାଦ ର ବିଶ୍ୱ ପାଇଖାନା ଦିବସ ପାଳିତ

ଢେଙ୍କାନାଳ, 19/11/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ବୁଧବାର ଢେଙ୍କାନାଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ମାଧ୍ୟ୍ୟମରେ ଫାଂସା, ଆଇ. ଆଇ. ୟାଇ. ଡି ସହାୟତାରେ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ world Toilet Day ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନ ର ଉପ ସଭାପତି ବନଜା ମାନସିଂହ ଉପସ୍ଥିତ ରହି ବାହାରେ ମଳତ୍ୟାଗ କରିବା ବନ୍ଦ କରିବା ଓ ନିଜେ, ନିଜ ପରିବାର, ସାହି ପଡିଶା ବନ୍ଧୁ ବାନ୍ଧବ ତଥା ଅନ୍ୟ ମାନଙ୍କୁ ବାହାରେ ମଳତ୍ୟାଗ ବନ୍ଦ କରିବା ସହିତ ସବୁବେଳେ ପାଇଖାନା ବ୍ୟବହାର କରିବାକୁ ଶପଥ ନେଇଥିଲେ l ସେହିପରି ଅନୁରୂପ ଭାବରେ ଭଦ୍ରକ ଜ଼ିଲ୍ଲାର କୋଠାର ପଞ୍ଚାୟତ ରେ ମହିଳା ମହାସଂଘର ସଭ୍ୟାମାନେ , ସି ଆର ପି, ଏମ ବି କେ ମାନଂକୁ ନେଇ ଆଶୀର୍ବାଦ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ଓ ଅନୁଷ୍ଠାନ ର ସଭାପତି ଶୁଭଶ୍ରୀ ପ୍ରଧାନ, ଖଗେଶ୍ୱର ରାଉତ, ଅନାଦି ସାହୁ, ଯୋଗେନ୍ଦ୍ର ପାତ୍ର, ରଞ୍ଜୁବାଳା ନାଏକ ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ପାଇଖାନା ବ୍ୟବହାର ସମ୍ବଦ୍ଧରେ ସ୍ଲୋଗାନ ଦେଇ ସଚେତନ ରାଲି କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଆଶୀର୍ବାଦ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସତୀଶ ପ୍ରଧାନ ପରିଚାଳନା କରିଥିଲେ l
23