ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଝିମାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାଗା ଜବରଦଖଲ କାରୀଙ୍କ କବ୍ଜ୍ୟାରେ।

ଝିମାଣୀ, 21/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ ଥିବା ପୁରାତନ ଝିମାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୩ଗୁଣ୍ଠରୁ ଉର୍ଦ୍ଧ୍ବ ଜାଗାକୁ ନିଜ ଅତିଆରରେ ରଖି ଜଣେ ବ୍ୟକ୍ତି ହଡ଼ଫ କରିବା ପାଇଁ ମସୁଧା ଚଳାଇଥିବା ଜଣାପଡ଼ିଛି।ତେବେ ୧୯୩୬ମସିହାରୁ ନିର୍ମିତ ଏହି ପୁରାତନ ଝିମାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝିମାଣୀ,କୋଠୀ,ସିଜୁ,ରୟତସାହି,ବଗଦିଆ,ରାଙ୍ଗିଆଗଡ଼,କତକୁଲା,ନୁଆସାହି,ଡାଳିମ୍ବପୁର,ବାହ୍ରାଡ଼ିଆ,ଗଙ୍ଗାଧରପୁର ଶାସନ ଆଦି ଗ୍ରାମର ବହୁ ପୁରାତନ ଛାତ୍ର,ଛାତ୍ରୀ ମାନେ ପାଠ ପଢ଼ି ଉର୍ଣ୍ଣତ ମାନର ଶିକ୍ଷା ଅର୍ଜ୍ଜନ କରିବା ସହ ଅନେକ ଛାତ୍ର,ଛାତ୍ରୀ ଚାକିରୀ କରିଛନ୍ତି।ମାତ୍ର ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ କତୃପକ୍ଷ ଧ୍ୟାନ ନ ଦେବାରୁ ଝିମାଣୀ(ବାହ୍ରାଡ଼ିଆ)ଗ୍ରାମ ଦଳିତ ସାହିର ମୃତ ପାଣୁ ମଲ୍ଲିକଙ୍କ ପୁଅ ସଚିତ୍ର ମଲ୍ଲିକ(ନେତ୍ରାନନ୍ଦ)ବିଦ୍ୟାଳୟ ଜାଗାକୁ ଅତିଆର କରିବା ପାଇଁ ଜବରଦଖଲ କରିଛି।ମାତ୍ର ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଶତାଧିକ ସଂଖ୍ୟାର ଛାତ୍ର,ଛାତ୍ରୀ ମାନେ ଖେଳିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଦ୍ୟାଳୟର ପୁର୍ବ ପଟରୁ ପ୍ରାୟ ୬ଡ଼ିସିମିଲି ଅର୍ଥାତ ୩ଗୁଣ୍ଠରୁ ଉର୍ଦ୍ଧ୍ବ ଜାଗାକୁ ବାଡ଼ ଦେଇ ବାହ୍ରାଡ଼ିଆ ଗ୍ରାମର ସଚିତ୍ର ମଲ୍ଲିକ(ନେତ୍ରାନନ୍ଦ)ନିଜ ଅତିଆରରେ ରଖିଥିବା ପରିଲକ୍ଷିତ ହୋଇଛି।ତେବେ ଏହି ପୂରାତନ ବିଦ୍ୟାଳୟର ଜାଗାକୁ ନିଜ ଅତିଆରରେ ରଖିଥିବା ବ୍ୟକ୍ତିକୁ ହଟାଇବା ପାଇଁ ସରକାରୀ ଅମିନ ସାହାଯ୍ୟରେ ମାପଚୁପ କରି ବିଦ୍ୟାଳୟ ଜାଗାରେ ସାମିଲ୍ କରିବାକୁ କୁଜଙ୍ଗ ବିଇଓ,ଜଗତସିଂହପୁର ଡ଼ି.ଇ.ଓ ଏବଂ ଜିଲ୍ଲପାଳ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବୀ କରାଯାଇଛି।
Article Image
1