ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା,୧୩୮ ପ୍ରକଳ୍ପ ପ୍ରଦର୍ଶିତ

ବୁଗୁଡ଼ା, 20/11/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କରଚୁଲି ଶକୁନ୍ତଳା ଉଚ୍ଚ ମାଧ୍ୟମିକ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନୀ ଉତ୍ସବରେ ବିଇଓ ଚିନ୍ମୟ ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଇଓ କବିବର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢ଼ୀ,ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ସମିତିସଭ୍ୟ ଶ୍ରୀହର୍ଷ ପ୍ରଧାନ,ବିଧାୟକ ପ୍ରତିନିଧି ହରିକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ।ଏହି ପ୍ରଦର୍ଶନୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରୁ ୭୪ଟି ଏବଂ ମାଧ୍ୟମିକ ବିଦ୍ୟାଳୟ ସ୍ତରରୁ ୬୪ଟି ହିସାବରେ ମୋଟ ୧୩୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା ବେଳେ ବିଚାରକ ଭାବେ ଏବିଇଓ କୃଷ୍ଣଚନ୍ଦ୍ର ବେହେରା,ଅବସରପ୍ରାପ୍ତ ବିଇଓ ସ୍ୱରୂପ ରଞ୍ଜନ ମହାନ୍ତି ଓ ଅବସର ପ୍ରାପ୍ତ ଏବିଇଓ ଅବନି ପଟ୍ଟନାୟକ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। କରଚୁଲି ଓ ତାକରଡା ସିଆରସିସି ଅନନ୍ତ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ତାପସ ରାଉତ,ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଦିତ୍ବିକୃଷ୍ଣ ପାତ୍ର,ସମ୍ମାନିତ ଅତିଥି ଭାବେ ଶକୁନ୍ତଳା ବିଦ୍ୟାପୀଠ ଅଧ୍ୟକ୍ଷ ଗଦାଧର ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ତ ସିଶୁବିଜ୍ଞାନୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Article Image
Article Image
7